ନୂଆଦିଲ୍ଲୀ: କୋରୋନା ମହାମାରୀ ସହ ଦେଶରେ ଜାରି ଲଢ଼େଇ । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ 40.31 କୋଟି କୋଭିଡ ଟିକା ପ୍ରାୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବେସକାରୀ ହସ୍ପିଟାଲ ଓ ଟୀକାକରଣ କେନ୍ଦ୍ରରେ ପ୍ରାୟ 1.92 କୋଟି କୋଭିଡ ଟିକା ଉପଲବ୍ଧ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ।
ବର୍ତ୍ତମାନ ଆହୁରି 83 ଲକ୍ଷ 85 ହଜାର 790 କୋଭିଡ ଟିକା ପ୍ରସ୍ତୁତ ହୋଇ ରହିଛି । ଖୁବଶୀଘ୍ର ଏହି ଟିକା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦିଆଯିବ । ଏହାସହ କେତେ କୋଭିଡ ଟିକା ନଷ୍ଟ ହୋଇଛି ତାହାର ମଧ୍ୟ ତଥ୍ୟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ବର୍ତ୍ତମାନ ସୁଦ୍ଧା 38 କୋଟି 39 ଲକ୍ଷ 2 ହଜାର 614 ଡୋଜ୍ କୋଭିଡ ଟିକା ନଷ୍ଟ ହୋଇଛି । ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।