ମୁମ୍ବାଇ: ଆପଣ କେବେ ଚା ପିଇବା ପରେ କପ୍ ଖାଇଛନ୍ତି ? ଯଦି ନା' ତେବେ ଏଥିପାଇଁ ଆପଣଙ୍କୁ କୋହ୍ଲାପୁର ଆସିବାକୁ ହେବ। ବର୍ଯ୍ୟବସ୍ତୁ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର କୋହ୍ଲାପୁରର 3ଜଣ ଯୁବକ ଖୋଜିଛନ୍ତି ଏକ ନିଆରା ସମାଧାନ। 3 ଯୁବକ ଏମିତି ଏକ କପ ବିକଶିତ କରିଛନ୍ତି ଯାହା ପ୍ଲାଷ୍ଟିକ ଓ ପେପର କପ ବ୍ୟବହାରରୁ ହେଉଥିବା ବର୍ଯ୍ୟବସ୍ତୁ ନିୟନ୍ତ୍ରଣ କରି ପାରିବ। ଏହି କପକୁ ବିସ୍କୁଟ କପ ନାମ ଦିଆଯାଇଛି। ଚା'ର ଚୁସ୍କି ନେବା ପରେ ଏହି କପକୁ ବିସ୍କୁଟ ଭଳି ଖାଇ ହେବ। ବିସ୍କୁଟ କପ ବିକଶିତ କରିଥିବା ସେହି ତିନ ଯୁବକ ହେଉଛନ୍ତି ଦିଗବିଜୟ ଗାୟକୱାର୍ଡ, ଆଦେଶ କରଣ୍ଡେ ଓ ରାଜେଶ ଖାମକର।
ଭାରତରେ ପ୍ରତିଦିନ ପ୍ରାୟ 1 ଲକ୍ଷ ଟନ ପ୍ଲାଷ୍ଟିକ ବ୍ୟବହାର ହୁଏ। ଚା' କପ୍ ହେଉ କି ଅନ୍ୟ କୌଣସି ଉପାୟରେ ଆମେ ଫ୍ଲାଷ୍ଟିକ ବ୍ୟବହାର କରିଥାଉ। ପ୍ଳାଷ୍ଟିକ କପ୍ ପାଇଁ ଆମେ କିଛି ବିକଳ୍ପ ଖୋଜିବାକୁ ଚାହିଁଥିଲେ ଯୁବ ଉଦ୍ୟୋଗୀ। ଯାହା ପରେ ବିସ୍କୁଟ କପ୍ ତିଆରି କରିବାକୁ ଉପାୟ ବାହାର କରିଥିଲେ। ଏହା ଉପରେ ପ୍ରାୟ ଏକରୁ ଦେଢ଼ ବର୍ଷ ହେଲା କାମ କରୁଥିଲେ ଉଦ୍ୟୋଗୀ। ଲକଡାଉନରେ ଏହା ଉପରେ ଅଧିକ କାମ କରିଥିଲେ। କେମିତି ଏହାକୁ ସେମାନେ ତିଆରି କରି ପାରିବେ ଓ କେମିତି ଏହାର ମାର୍କେଟିଂ ହେବ ? ବର୍ତ୍ତମାନ ଦୁଇ ମାସ ହେଲା କପ ବିସ୍କୁଟ ତିଆରି ହେଉଛି। ଚା ପଇବା ପରେ ଆପଣ ଏହାକୁ ଖାଇ ପାରିବେ। ଯାହାଦ୍ବାରା ବର୍ଯ୍ୟବସ୍ତୁ ନିୟନ୍ତ୍ରଣ ହେଉଛି। କପ ତିଆରି ପାଇଁ ମଇଦା, ମକା ଅଟା ଓ ଚିନିର ବ୍ୟବହାର ହୋଇଛି। ଏଥିରେ 15ରୁ 20 ମିନିଟ ପର୍ଯ୍ୟନ୍ତ ଚା' ରହି ପାରିବ।
ତିନି ଯୁବକ ମ୍ୟାଗ୍ନେଟ ଏଡିବଲ କଟଲରୀ ନାମରେ ଏକ ବ୍ରାଣ୍ଡ ତିଆରି କରିଛନ୍ତି। ଏହି କମ୍ପାନୀ ତିଆରି କରୁଛି ଅଟାରୁ ତିଆରି ବିସ୍କୁଟ। କପର ଟେଷ୍ଟକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ଚା ପିଇବା ପରେ ଆପଣ ଏହାକୁ ଖାଇ ପାରିବେ। 8ରୁ 10 ମିନିଟ ପରେ ଚା ଥଣ୍ଡା ହେବାକୁ ଲାଗେ। ଏହି ପ୍ରୟୋଗ ଦ୍ବାରା କପ ଦୁଇ ଦିନ ପର୍ଯ୍ୟନ୍ତ ଖରାପ ହୁଏନି। ଏଥିରେ ଲିକେଜ ହେବାର ମଧ୍ୟ ଡର ନଥାଏ।
ଏହି କପର ମୂଲ୍ୟ 3 ଟଙ୍କା। ଏହାକୁ ନେଇ ଚା ବିକାଳୀ ଓ ଅନ୍ୟ ଲୋକଙ୍କଠୁ ଭଲ ପ୍ରତିକ୍ରିୟା ମିଳିଛି। ଏହି ବ୍ୟବସାୟରେ ଯେ କେହି ବି କରିବାକୁ ଚାହିଁବେ ଯୁବ ଉଦ୍ୟୋଗୀ ସେମାନଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି। ଭବିଶ୍ୟତରେ ଖାଇ ହେଉଥିବା ପ୍ଲେଟ ତିଆରି କରିବାକୁ ଯୋଜନା ରଖିଛନ୍ତି ଯୁବ ଉଦ୍ୟୋଗୀ। ବର୍ଯ୍ୟବସ୍ତୁ ନିୟନ୍ତ୍ରଣ ସିଦ୍ଧାନ୍ତ ନେଇ ତିଆରି ହୋଇଛି ବିସ୍କୁଟ କପ। ଯଦି ଏହି କପ ଖାଆନ୍ତି ନାହିଁ ତେବେ ବାହାରେ ବୁଲୁଥିବା ପଶୁ ଏହାକୁ ଖାଇ ଯାଆନ୍ତି। ଯାହାଦ୍ବାରା ବର୍ଯ୍ୟବସ୍ତୁ ନିୟନ୍ତ୍ରଣ ହୋଇ ପାରୁଛି।