ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷକୁ 3 ବର୍ଷ ପୂରଣ ହୋଇଛି । 2020 ମସିହା ଜୁନ 15 ତାରିଖରେ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଁଥିରେ ଦେଶ ଅନେକ ବୀରପୁତ୍ରଙ୍କୁ ହରାଇଥିଲା । ସଂଘର୍ଷରେ 20 ବୀର ସୈନିକ ଶହୀଦ ହୋଇଥିଲେ । ଏହି ରକ୍ତାକ୍ତ ସଂଘର୍ଷକୁ 3 ବର୍ଷ ପୂରଣ ହୋଇଥିଲେ ବି LAC ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଆଜି ବି ଉତ୍ତେଜନା ଲାଗି ରହିଛି । ଗଲୱାନ ସଂଘର୍ଷକୁ 3 ବର୍ଷ ପୂରଣ ସହ ଚୀନ ସୀମା ନିକଟ ସେକ୍ଟରରେ ଆଜି ରଣନୀତି ଓ ପ୍ରସ୍ତୁତି ଉପରେ ଆଲୋଚନା ନେଇ ଆଜି ଶୀର୍ଷ ଅଧିକାରୀ ଲେହ ଲଦାଖରେ ବୈଠକ କରିବେ । ଏନେଇ ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି ।
ଗଲୱାନ ଘାଟି ସଂଘର୍ଷକୁ ପୂରିଲା 3 ବର୍ଷ, ଦେଶ ହରାଇଥିଲା 20 ବୀରପୁତ୍ର
2020 ଜୁନ 15 ତାରିଖରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲୱାନ ଘାଟି ସଂଘର୍ଷକୁ 3 ବର୍ଷ ପୂରଣ ହୋଇଛି । ଏହି ସଂଘର୍ଷରେ ଦେଶ 20 ବୀରପୁତ୍ରକୁ ହରାଇଥିଲା । ଏବେ ବି ଚୀନ ସୀମାରେ ଉତ୍ତେଜନା ଲାଗି ରହିଛି । ସୀମାରେ ଅଧିକ ସଜାଗ ରହିଛି ସେନା । ଅଧିକ ପଢନ୍ତୁ
ପୂର୍ବ ଲଦାଖ ଉପତ୍ୟକାରେ ଘଟିଥିବା ଭାରତ-ଚୀନ ଗଲୱାନ ସଂଘର୍ଷରେ ଭାରତର ଜଣେ କର୍ଣ୍ଣଲଙ୍କ ସମେତ 20 ଯବାନ ଶହୀଦ ହୋଇଥିଲେ । 5 ଜଣ ଚୀନ ସେନା ପ୍ରାଣ ହରାଇଥିବା ବେଜିଂ ପକ୍ଷରୁ କୁହାଯାଇଥିଲା । ମାତ୍ର 2022ରେ ଚୀନର ଏକ ମିଛ ପଦାରେ ପଡିଥିଲା । ସଂଘର୍ଷରେ କ୍ଷତି ସହିଥିଲେ ଡ୍ରାଗନ ସେନା । ଚୀନ ସେନା ଉପରେ ଭାରି ପଡିଥିଲେ ଭାରତୀୟ ସେନା । 5 ଜଣ ଚୀନ ସେନା ନୁହଁନ୍ତି ଅଧିକ ସେନା ପ୍ରାଣ ହରାଇଥିବା ଅଷ୍ଟ୍ରେଲୀୟ ଖବରକାଗଜ ଦ କ୍ଲାକସନ ଦାବି କରିଥିଲା । ପ୍ରକୃତ ସୈନିକ ମୃତ୍ୟୁ ସଂଖ୍ୟାକୁ ଆଜି ଯାଏ ଚୀନ ଲୁଚାଇଛି ।
ଗଲୱାନ ସଂଘର୍ଷ ପରେ ଅଧିକ ସଜାଗ ହୋଇଛି ଭାରତୀୟ ସେନା । ଏହା ପରେ ଭାରତ ଓ ଚୀନ ସାମରିକ, କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସୀମା ସୁରକ୍ଷା ପାଇଁ ବୈଠକ ହୋଇଛି । ଚୀନର ମୁକାବିଲା ପାଇଁ ଭାରତ ଭିତ୍ତିଭୂମି ମଜବୁତ କରିବା ସହ ଅତିରିକ୍ତ ସେନା ନିୟୋଜିତ କରିଛି । ଭାରତୀୟ ବାୟୁସେନା ମଧ୍ୟ ପ୍ରତି ମୂହୁର୍ତ୍ତ ପାଇଁ ପ୍ରସ୍ତୁତ ରହିଛି । ଭାରତ ଓ ଚୀନ ସରକାରଙ୍କ ମଧ୍ୟରେ 135 କିଲୋମିଟର ଦୂର ପାଙ୍ଗୋଙ୍ଗରୁ ହଟିବାକୁ ଏକ ଚୁକ୍ତି ହୋଇଥିଲା । ଯେ ପର୍ଯ୍ୟାନ୍ତ ସୀମୀ ବିବାଦର ସମାଧାନ ହୋଇନାହିଁ ସେ ଯାଏ ଏକ ବଫର ଜୋନ ହେବା ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇଥିଲା । 2020 ପରଠୁ ଏଲଓସିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ 50 ହଜାରରୁ ଅଧିକ ଭାରତୀୟ ସେନା ନିୟୋଜିତ ହୋଇଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ସମଗ୍ର ଲଦାଖ ସେକ୍ଟରରେ ସଶସ୍ତ୍ର ସତର୍କ ରହିଛନ୍ତି ।