ଓଡିଶା

odisha

By

Published : Jan 2, 2023, 1:13 PM IST

ETV Bharat / bharat

ସୀମା ଟପିଲା ପାଶବିକତା, ୩ ବର୍ଷର ଝିଆରୀ ସହ ଦୁଷ୍କର୍ମ କଲା ବଡ଼ବାପା

ଭୋପାଳରେ ୩ ବର୍ଷୀୟ ଝିଆରୀକୁ ଦୁଷ୍କର୍ମ କଲା ବଡବାପା । ଥାନାରେ ଏତଲା ପରେ ପିଡୀତାଙ୍କ ବୟାନ ରୋକର୍ଡ କରି ତଦନ୍ତ ଆରମ୍ଭ କରିଛି ରତିବଦ ପୋଲିସ । ଅଧିକ ପଢନ୍ତୁ

bhopal rape
bhopal rape

ଭୋପାଳ: ମଧ୍ୟପ୍ରଦେଶରେ ଲଜ୍ଜା । ୩ ବର୍ଷୀୟ ନାବାଳିକକୁ ଦୁର୍ଷମ ଅଭିଯୋଗ । ନାବାଳିକା ଝିଆରିକୁ ଦୁଷ୍କର୍ମ କଲା ବଡବାପା(Three year old girl raped by uncle in Bhopal) । ଭୋପାଳର ରତିବଦ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ଗୁରୁବାର ସାମ୍ନାକୁ ଆସିଛି ଏହି ଘଟଣା ।

ଏନେଇ ରତିବଦ ସବ ଇନ୍ସପେକ୍ଟର କରମବୀର ସିଂ(Sub-inspector of Ratibad Police Station Karmaveer Singh) କହିଛନ୍ତି, "ରତିବଦ ଥାନା ଅଞ୍ଚଳରେ ଜଣେ ୩ ବର୍ଷୀୟ ଶିଶୁ ସହ ବଡବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପିଡୀତା ନିଜ ମାଆକୁ ଏନେଇ କହିବା ପରେ ପୀଡିତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ଆମେ ଚାଇଲ୍ଡ ହେଲ୍‌ପଲାଇନର ସାହାଯ୍ୟ ନେବାସହ ନାବାଳିକା ଶିଶୁ କନ୍ୟାର ବୟାନ ରେକର୍ଡ କରିଥୁଲୁ ।

ଏହା ମଧ୍ୟ ପଢନ୍ତୁ: ଆତଙ୍କୀଙ୍କ ଟାର୍ଗେଟରେ ରଜୌରୀ: ଆହତଙ୍କ ଘରେ IED ବିସ୍ଫୋରଣ, ଶିଶୁ ମୃତ 5 ଆହତ

ପୀଡିତାଙ୍କ ମାଆଙ୍କ କହିବା ଅନୁସାରେ, "ଗୁରୁବାର ଦିନ ଝିଅ ଲଗାତାର ଭାବେ କାନ୍ଦିଥିଲା । ଏହାପରେ ପଚାରିବାରୁ ସେ ପ୍ରାଇଭେଟ ପାର୍ଟକୁ ଇସାରା କରିବା ସହ ନିଜ ବଜବାପା ଏଭଳି ଜଘନ୍ୟ କାଣ୍ଡ କରିଥିବା କଥା କହିଥିଲା । ଏହାପରେ ଆମେ ଥାନାରେ ଏତଲା ଦେଇଛୁ ।"

ନାବାଳିକାଙ୍କ ବାପାମାଆ ଏକ ଯୌଥ ପରିବାରର ସଦସ୍ୟ । ଶିଶୁଟି ବାପାମାଆଙ୍କ ସହ ଏକାଠି ଗୋଟିଏ ଘରେ ରହୁଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ତେବେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରତିବଦ ଥାନାଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details