ଓଡିଶା

odisha

ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ 3 ବର୍ଷୀୟା ଶିଶୁକନ୍ୟା ମୃତ !

By

Published : Dec 28, 2022, 8:02 PM IST

ପଞ୍ଜାବରେ ବନ୍ଦେ ଭାରତ ଟ୍ରେନ ଧକ୍କାରେ 3 ବର୍ଷୀୟା ଶିଶୁକନ୍ୟା ମୃତ ଅଭିଯୋଗ (three year old girl death in Vande bharat accident)। ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ 3 ବର୍ଷୀୟା ଶିଶୁକନ୍ୟା ମୃତ !
ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ 3 ବର୍ଷୀୟା ଶିଶୁକନ୍ୟା ମୃତ !

ହାଇଦ୍ରାବାଦ:ପଞ୍ଜାବର କିରତାରପୁର ସାହିବରେ ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ ଜଣେ 3ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଜି (ବୁଧବାର) ପୂର୍ବାହ୍ନ ପ୍ରାୟ 10 ଟାରେ ଏହି ଦୁର୍ଘଟଣା ଘଟିଛି (three year old girl death in Vande bharat accident)। ଶିଶୁଟି ତାର ମା’ ସହ ରେଳ ଧାରଣା ପାର ହେଉଥିବା ବେଳେ ବନ୍ଦେ ଭାରତ ଟ୍ରେନ ଧକ୍କା ଦେବାରୁ ଶିଶୁର ମୃତ୍ୟୁ ହୋଇଥିବା ତାର ମା’ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଧାରା 174 ଅନୁସାରେ ମୃତ ଶିଶୁର ପରିବାର ସଦସ୍ୟଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ତଦନ୍ତ ଜାରି ରହିଛି, ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details