ନୂଆଦିଲ୍ଲୀ:ପାଶବିକତାର ଚରମ ସୀମାରେ ମନୁଷ୍ୟ । ଦିଲ୍ଲୀର ଫତେହପୁର ବିରେ ଅଞ୍ଚଳରେ ଶୁକ୍ରବାର ଏକ ଛାତିଥରା ଘଟଣା ସାମନାକୁ ଆସିଛି । ୩ ବର୍ଷର ଶିଶୁ ଗଣଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଶିଶୁକନ୍ୟାଟି ପ୍ରଥମେ ନିଖୋଜ ହୋଇଥିଲେ । ଏହାପରେ କିଛି ଦୁର୍ବୃତ୍ତ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।
ଶୁକ୍ରବାର ଦିଲ୍ଲୀ ଫତେହପୁର ବେରି ପୋଲିସ ଷ୍ଟେସନରେ ଜଣେ ମହିଳା କୁନି ଝିଅର ନିଖୋଜ ନେଇ ଅଭିଯୋଗ କରିଥିଲେ । ଶୁକ୍ରବାର ସକାଳେ କୁନି ଝିଅ ନିଖୋଜ ହୋଇଯାଇଥିବା ସେ ପୋଲିସକୁ ଖବର ଦେଇଥିଲେ । ସେ ପୋଲିସ କହିଥିଲେ ଯେ ଝିଅକୁ ଘରେ ନ ପାଇବା ପରେ ବାହାରେ ଖୋଜିଥିଲେ । ଏହି ସମୟରେ ତାଙ୍କ ଝିଅ ଜଙ୍ଗଲ ଆଡ଼କୁ ଚାଲି ଯାଉଥିବା ପଡୋଶୀ ରାନୀ ସୂଚନା ଦେଇଥିଲେ । କୁନି ଝିଅ ପଛେପଛେ ୨ଜଣ ଦୁର୍ବୃତ୍ତ ମଧ୍ୟ ଜଙ୍ଗଲ ଆଡ଼କୁ ଯାଉଥିବା ରାନୀ ପୀଡ଼ିତାର ମାଆଙ୍କୁ କହିଥିଲେ ।
ଏହା ବି ପଢନ୍ତୁ- କୁକୁରର କାଷ୍ଟ୍ ସାର୍ଟିଫିକେଟ ପାଇଁ ଅନଲାଇନ ଆବେଦନ, ଆଗରୁ ହୋଇଛି ଆଧାରକାର୍ଡ
ମହିଳାଙ୍କ କହିବା ଅନୁସାରେ ସେ ଉକ୍ତ ସ୍ଥାନରେ ଯାଇ ଖୋଜାଖୋଜି କରିଥିଲେ । କୁନି ଝିଅକୁ କାନ୍ଦିବା ଶବ୍ଦ ଶୁଣିଥିଲେ । ଝିଅଟିକୁ କ୍ଷତାକ୍ତ ଅବସ୍ଥାରେ ମଧ୍ୟ ଉଦ୍ଧାର କରିଥିଲେ । ଏହାପରେ ମହିଳା ଜଣକ ସ୍ବାମୀଙ୍କୁ ଏନେଇ ସୂଚିତ କରାଇଥିଲେ । ଏହାପରେ ଉଭୟ ଦମ୍ପତି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ କୁନି ଶିଶୁକୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
୨ ଅଭିଯୁକ୍ତଙ୍କ ନାମ ରାମନିୱାସ ପାନିକା (୨୭) ଓ ଶକ୍ତିମାନ ସିଂ (୨୨) ବୋଲି ଜଣାପଡ଼ିଛି । ଉଭୟ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାର ବୋଲି ଜଣାପଡ଼ିଛି । ଉଭୟଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଏହି ୨ ଅଭିଯୁକ୍ତ ବିବାହିତ ହୋଇଥିବା ବେଳେ ଦିଲ୍ଲୀର ଏକ ଅଳିଆ ରିସାଇକ୍ଲିଂ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ଘୋର ନିନ୍ଦା କରାଯାଇଛି । ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି ।