ହାଇଦ୍ରାବାଦ: ଆମେରିକାର ଏକ ସଡକ ଦୁର୍ଘଟଣାରେ ହାଇଦ୍ରାବାଦର 3 ଜଣ ପ୍ରବାସୀଙ୍କ ମୃତ୍ୟୁ । ଏଥିରେ ଅନ୍ୟଜଣେ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ବିବାହ ପ୍ରସ୍ତାବ ବାବଦରେ କଥା ହେବାକୁ ଯାଇ ଥିବାବେଳେ ଏପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।
ହାଇଦ୍ରାବାଦ ନାରାୟଣପେଟା ଜିଲ୍ଲା ପେଦ୍ଦାକୁଣ୍ଟା ଗ୍ରାମର ଗୋଟିଏ ପରିବାରର 4 ଜଣ ଆମେରିକା ଟେକ୍ସାସ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପେଦ୍ଦାକୁଣ୍ଟାର ନରସିହ୍ମା ରେଡ୍ଡୀ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀ ଏବଂ ପୁଅ ଭାରତ ରେଡ୍ଡୀ । ଏଥିସହ ଝିଅ ମୋନିକା ରେଡ୍ଡୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।