କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରୁ ଗିରଫ ହୋଇଛନ୍ତି 3 ଜଣ ଆତଙ୍କବାଦୀ । ଦକ୍ଷିଣ କୋଲକାତାର ହରିଦେବପୁର ଅଞ୍ଚଳରୁ 3 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି କୋଲକାତା ପୋଲିସର ସ୍ବତନ୍ତ୍ର ଟାକ୍ସ ଫୋର୍ସ(ଏସଟିଏଫ) ।
ଗିରଫ 3 ଜଣ ଆତଙ୍କବାଦୀ ଜମାତ ଉଲ ମୁଜାହିଦ୍ଦିନ ବାଂଲାଦେଶର ହୋଇଥିବା ଜଣାପଡିଛି । ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି ଏସଟିଏଫ । ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ 3 ଜଣଙ୍କ ନାଁ ନଜୀଉର ରହମାନ ଓ ଶବୀର ଓ ରେଜୋଲ ବୋଲି ଜଣାପଡିଛି ।