ଓଡିଶା

odisha

ETV Bharat / bharat

ଅଧାରେ ରହିଲା ଓନାମ ପାଳନ, ପୋଖରୀରେ ବୁଡ଼ି ଚାଲିଗଲା 3 ଭଉଣୀଙ୍କ ଜୀବନ

ଭୀମନାଦ ପେରୁକୁଲାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଓନାମ ପର୍ବ ପାଳିବାକୁ ଆସିଥିବା 3 ଭଉଣୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

3 sisters died by drowning
ପୋଖରୀରେ ବୁଡ଼ି 3 ଭଉଣୀ ମୃତ

By ETV Bharat Odisha Team

Published : Aug 30, 2023, 7:47 PM IST

ପୋଖରୀରେ ବୁଡ଼ି 3 ଭଉଣୀ ମୃତ

ଥିରୁଅନନ୍ତପୁରମ:ପୋଖରୀରେ ଗାଧୋଇବାବେଳେ ଚାଲିଗଲା 3 ଭଉଣୀଙ୍କ ଜୀବନ । ଭୀମନାଦ ପେରୁକୁଲାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଓନାମ ପର୍ବ ପାଳିବାକୁ ଆସିଥିବା 3 ଭଉଣୀଙ୍କ ସବୁ ଖୁସି ଅଧାରେ ରହି ଯାଇଛି । ପୋଖରୀ ନିକଟରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ​​। ଏହି ଘଟଣା ଆଜି ଅପରାହ୍ନରେ ଘଟିଥିବା ଜଣାପଡିଛି । ଭୀମନାଦ ପେରୁଙ୍ଗୁଲାମରେ ଗାଧୋଇବା ସମୟରେ ଏହି 3 ଭଉଣୀ ବୁଡ଼ି ଯାଇଥିଲେ । ତେବେ 3ଜଣ ମୃତକ ହେଲେ ନାସିଦା, ରାମଶେନା ଏବଂ ରିନ୍ସି । ନାସିଦାଙ୍କ ବୟସ 26ବର୍ଷ ହୋଇଥିବାବେଳେ ରାମଶେନାଙ୍କ ବୟସ 23 ଓ ସାନ ଭଉଣୀ ରିନ୍ସିଙ୍କ ବୟସ 18ବର୍ଷ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଏହି 3 ଭଉଣୀ ବାହାରେ ରହୁଥିବାବେଳେ ଓନାମ ପର୍ବ ଅବସରରେ ସେମାନେ ଘରକୁ ଆସିଥିଲେ । ତେବେ 3 ଭାଇଭଉଣୀଙ୍କ ମଧ୍ୟରୁ 2 ଜଣଙ୍କ ବିବାହ ସରିଥିବାବେଳେ ଅନ୍ୟ ଜଣେ ଅବିବାହିତ ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି 3 ଭଉଣୀ ଆସି ପୋଖରୀରେ ଗାଧୋଉଥିଲେ। ସେହି ସମୟରେ ସାନ ଭଉଣୀର ଗୋଡ଼ ଖସି ଯାଇଥିଲା। ତାକୁ ଉଦ୍ଧାର କରିବାକୁ ପ୍ରଚେଷ୍ଟା କରିଥିଲେ 2 ବଡ଼ ଭଉଣୀ। ହେଲେ ଦୁର୍ଭାଗ୍ୟବଶତଃ ସେମାନେ ତାକୁ ଉଦ୍ଧାର କରିପାରିନଥିବାବେଳେ ସେମାନେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ।

ଏହା ବି ପଢନ୍ତୁ...ପୋଖରୀରେ ଗାଧୋଉଥିଲେ ଯୁବତୀ, ଉପରୁ ଖସିଲା ମୃତ୍ୟୁ

ଗାଧୋଇବାକୁ ଯାଇଥିବା ଏହି 3 ଭଉଣୀ ଅନେକ ସମୟ ଧରି ଘରକୁ ନ ଆସିବାରୁ ପରିବାରଲୋକେ ଚିନ୍ତାରେ ପଡି ଯାଇଥିଲେ। ସେମାନଙ୍କ ମନରେ ସନ୍ଦେହ ଉପୁଜିବାରୁ ଝିଅମାନଙ୍କୁ ଖୋଜାଖୋଜି କରିବାକୁ ଘଟଣାସ୍ଥଳକୁ ଯାଇଥିଲେ ପରିବାର ସଦସ୍ୟ। ଏହାପରେ ସେମାନଙ୍କ ପରିବାର ଲୋକ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ପାଇନଥିଲେ। ହେଲେ ପୋଖରୀ ତୁଠରେ ସେମାନଙ୍କ ପିନ୍ଧା ବସ୍ତ୍ର ପଡିଥିବା ଦେଖି ଅଧିକ ସନ୍ଦେହ ଘନୀଭୂତ ହୋଇଥିଲା।

ଏହା ବି ପଢନ୍ତୁ...କାଲି ମାଟ୍ରିକ ପାସ ହୋଇ ଖୁସି ଆଣିଥିଲେ, ଆଜି ଦୁଃଖରେ ଭସାଇ ଚାଲିଗଲେ

ଏହାପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବହୁ ଖୋଜାଖୋଜି କରିବା ପରେ ଶେଷରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ 3 ଜଣଙ୍କୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details