ଡେରାଡୁନ:କିଛି ଦିନ ତଳେ ଭାରତ-ଚୀନ ଅନ୍ତରାଷ୍ଟ୍ରୀୟ ସୀମାରୁ ନିଖୋଜ ଥିଲେ ତିନିଜଣ ପୋର୍ଟର। ନିଖୋଜ ତିନିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଇଟିବିପିର ନୀଳ ପାଣ ଚୌକିରୁ ପାଖାପାଖି ଦେଢ କିଲୋମିଟର ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ଇଣ୍ଡୋ-ତିବ୍ବତିଆନ ସୀମା ପୋଲିସ ସହିତ ସେମାନେ ଯାଇଥିଲେ ।
ମୃତ ତିନି ପୋର୍ଟର ହେଲେ ସଞ୍ଜୟ ସିଂ(୨୪), ରାଜେନ୍ଦ୍ର ସିଂ ଓ ଦିନେଶ ଚୌହାନ । ସମସ୍ତ ଉତ୍ତରକାଶୀ ନିବାସୀ ଅଟନ୍ତି । ଅକ୍ଟୋବର ୧୫ରେ ଆଇଟିବିପି ପାଟ୍ରୋଲିଂ କରୁଥିବା ଏଲଆରପି ଟିମ ସହିତ ଏହି ତିନି ପୋର୍ଟର ଭାରତ-ଚୀନ୍ ନିଲାପାନି ଅନ୍ତର୍ଜାତୀୟ ସୀମା ଅଭିମୁଖେ ଯାତ୍ରା କରିଥିଲେ। ପାଟ୍ରୋଲିଂ ପରେ ଟିମ ଫେରିଥିଲେ । ଟିମ ସହିତ ପୋର୍ଟରମାନେ ବି ଫେରିଥିଲେ । ୧୭ ଅକ୍ଟୋବରରେ ତୁଷାରପାତ ହେବା କାରଣରୁ ପୋର୍ଟର ପୋଲିସଙ୍କଠୁ ଅଲଗା ହୋଇଯାଇଥିଲା । ୧୮ ଅକ୍ଟୋବର ସୁଦ୍ଧା ସେମାନଙ୍କୁ ଇଣ୍ଡୋ ତିବ୍ବତିଆନ ପୋଲିସ ସୀମାରେ ପହଞ୍ଚିବାର ଥିଲା । ହେଲେ ସେମାନେ ଫେରିନଥିଲେ ।