ଓଡିଶା

odisha

ETV Bharat / bharat

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ତିନି ସଦସ୍ୟ, ବଖାଣିଲେ ଛାତିଥରା ଦୃଶ୍ୟ - ଦୁର୍ଘଟଣାର ଛାତିଥରା ଦୃଶ୍ୟ

ରଖେ ହରି ତ ମାରେ କିଏ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ତିନି ସଦସ୍ୟ । ଖଡ଼ଗପୁରରୁ ବେଙ୍ଗାଲୁରୁ ଯାଉଥିଲେ । ଅଧିକ ପଢ଼ନ୍ତୁ

balasore train mishap
ବାହାନଗା ରେଳ ଦୁର୍ଘଟଣା

By

Published : Jun 3, 2023, 4:09 PM IST

କୋଲକାତା: ଭୟଙ୍କର, ହୃଦୟ ବିଦାରକ.. କଳାରାତିର କଳାକାହାଣୀକୁ ଶବ୍ଦରେ ବୟାନ କରିବା କଷ୍ଟ । ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ରେଳ ଦୁର୍ଘଟଣାରେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଛି । ଭୟଙ୍କର କଳାରାତି ତ ବିତି ଯାଇଛି । ହେଲେ ମୃତ୍ୟୁକୁ ଅତି ପାଖରୁ ଦେଖି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଯାତ୍ରୀଙ୍କ ମୁହଁରୁ ସେ ଘଟଣା ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି । ଏହି ନିଶ୍ଚିତ ମୃତ୍ୟୁ ମୁଖରୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ସ୍ଥିତ ମହିଶାଦଲ ଅଞ୍ଚଳର ଗୋଟିଏ ପରିବାରର ତିନିଜଣ ବର୍ତ୍ତି ଯାଇଛନ୍ତି ।

ମହିଶାଦଲ ଅଞ୍ଚଳର ସୁବ୍ରତ ପାଲ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ଖଡ଼ଗପୁରରୁ ଚେନ୍ନାଇ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରିଥିଲେ । ବାଲେଶ୍ବର ଷ୍ଟେସନ ଛାଡ଼ିବା ପରେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ଚାରିଆଡ଼େ ଧୂଆମୟ ହୋଇଯାଇଥିଲା । କିଛି ବୁଝିବା ଆଗରୁ ଟ୍ରେନରୁ ବଗି ଗୁଡ଼ିକ ଓଲଟି ପଡ଼ିଲା । ସ୍ଥାନୀୟ ଲୋକେ ଆସି ସହାୟତାର ହାତ ବଢ଼ାଇଥିଲେ ଏବଂ ମୋ ପରିବାରକୁ ଟ୍ରେନରୁ ଉଦ୍ଧାର କରିଥିଲେ । ଇଶ୍ବର ଯେପରି ନୂଆ ଜୀବନ ଦେଲେ ବୋଲି କହିଛନ୍ତି ସୁବ୍ରତ ପାଲ ।

ଅନ୍ୟପଟେ ସୁବ୍ରତ ପାଲଙ୍କ ପତ୍ନୀ ଦେବଶ୍ରୀ ପାଲ କହିଛନ୍ତି," ପୁଅର ଚିକିତ୍ସା ପାଇଁ ସେ ବେଙ୍ଗାଲୁରୁ ଯାଉଥିଲୁ । କିନ୍ତୁ ବାଲେଶ୍ବରରେ ଏଭଳି ଭୟଙ୍କର ଦୁର୍ଘଟଣାକୁ ସାମ୍ନା କଲୁ । ଟ୍ରେନର ବଗି ଓଲଟି ପଡ଼ିବା ଯୋଗୁଁ ସମସ୍ତେ ସମସ୍ତଙ୍କ ଉପରେ ପଡ଼ିଗଲେ । ଆମେ ଆମ ପୁଅକୁ ପାଇଲୁ ନାହିଁ । ଏବେ ମଧ୍ୟ ବିଶ୍ବାସ ହେଉନି ଯେ, ଆମେ ଜୀବିତ ଅଛୁ । ବାସ୍ତବରେ ଏହା ଆମର ଦ୍ବିତୀୟ ଜୀବନ । କିନ୍ତୁ ସେହି ସମୟର ଲୋମ ଟାଙ୍କୁରା ଦୃଶ୍ୟ ଏବେ ମଧ୍ୟ ମନରୁ ଲିଭୁ ନାହିଁ ।

ପ୍ରକାଶ ଥାଉକି, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ-ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିବା ବେଳେ ୯୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

ABOUT THE AUTHOR

...view details