ପାଟନା:ବିହାରରେ ବିଷାକ୍ତ ମଦ ପିଇ ତିନି ମୃତ । ବିହାରର ଛପରାରେ ବିଷାକ୍ତ ମଦ ପିଇ ତିନି ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କାଟାପନ୍ନ ରହିଛି । ମୃତକଙ୍କ ଘର ବିହାରର ସାରଣ ଜିଲ୍ଲାର ତରୈୟା ପୋଲିସ ଷ୍ଟେସନ ଅଞ୍ଚଳରେ ବୋଲି ଜଣାପଡିଛି । ଏପଟେ ଏହି ବିଷାକ୍ତ ମଦ ପିଇ କିଛି ଲୋକ ଦୃଷ୍ଟି ଶକ୍ତି ହରାଇଥିବା ମଧ୍ଯ ଅଭିଯୋଗ ହୋଇଛି ।
ଗୁରୁତର ଥିବା ଲୋକଙ୍କ ଚିକିତ୍ସା ପାଟନାର ବିଭିନ୍ନ ହସ୍ପିଟାଲରେ ଚାଲିଛି । ବିଷାକ୍ତ ମଦ ପିଇବା କାରଣରୁ ଲୋକଙ୍କର ମୃତ୍ୟ ହୋଇଥିବା ପୀଡିତଙ୍କ ପରିବାର ଅଭିଯୋଗ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ଘଟଣା ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ଶୁକ୍ରବାର ଲୋକେ ବିଷାକ୍ତ ମଦ ପିଇଥିବା ନବରତ୍ନପୁର ଗାଁର ପୀଡିତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତିନି ଦିନ ତଳେ ହୋଇଥିବା ଘଟଣା ଆଜି ସାମ୍ନାକୁ ଆସିଥିବା ବେଳେ ଏହା ଉପରେ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।