ଓଡିଶା

odisha

By

Published : Aug 12, 2023, 9:35 PM IST

ETV Bharat / bharat

Tragic Incident: ଚଟାଣରେ ଶୋଇଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

କର୍ଣ୍ଣାଟକରେ ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ:ବିଦ୍ୟୁତ ଆଘାତରେ ଏକାବେଳେ ଚାଲିଗଲା ଜେଜେବାପା, ଜେଜେମାଆ ଓ ନାତୁଣୀର ଜୀବନ । ଏଭଳି ଏକ ଦୁଃଖଦ ଘଟଣାରେ କର୍ଣ୍ଣାଟକର ବେଲାଗଭି ଜିଲ୍ଲାର ଶାହୁନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଘରେ ଚଟାଣରେ ଶୋଇଥିବା ବେଳେ ଏପରି ବିଦ୍ୟୁତ ଆଘାତରେ ଜୀବନ ଯାଇଥିବାରୁ ପୋଲିସ ହୁବୁଳି ଇଲେକ୍ଟ୍ରିସିଟି ସପ୍ଲାଏ କମ୍ପାନୀ ଲିମିଟେଡ (HESCOM) ଅଧିକାରୀଙ୍କ ସମେତ କଣ୍ଟ୍ରାକ୍ଟର ଓ ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୋଲିସ କମିଶନର ଏସ.ଏନ ସିଦ୍ଧରାମ୍ପାଙ୍କ କହିବା ଅନୁସାରେ ପ୍ରାଥମିକ ସୂଚନା ଅନୁଯାୟୀ ବୋରୱେଲ କନେକ୍ସନରେ କୌଣସି ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଘର ତଳେ ଏହି ବୋରୱେଲ କନେକ୍ସନ ରହିଥିଲା । ତେବେ ମୃତକଙ୍କ ନାମ ହେଉଛି ଇରାପ୍ପା ଗଙ୍ଗପ୍ପା ରାଥୋଡ (୫୫), ଶାନ୍ତାଭା ଇରପ୍ପା ରାଥୋଡ (୫୦) ଓ ଅନ୍ନପୂର୍ଣ୍ଣା ହୋନାପ୍ପା ଲାମନି (୮) ବୋଲି ଜଣାପଡ଼ିଛି । ଇରପ୍ପା ରାଥୋଡ ଜଣେ ୱାଚମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ଏହି ବୃଦ୍ଧ ଦମ୍ପତି ନିଜ ପାଖରେ ନାତୁଣୀକୁ ରଖିଥିଲେ । ନାତୁଣୀ ସେମାନଙ୍କ ପାଖରେ ରହି ପାଠ ପଢୁଥିଲା । ତେବେ ଚଟାଣରେ ଶୋଇଥିବା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଏହା ବି ପଢନ୍ତୁ- ବିଦ୍ୟୁତ୍‌ ଆଘାତରେ ଟଳି ପଡିଲେ ଲାଇନମ୍ୟାନ

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହେବାଲକର ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଶାନ୍ତ୍ବନା ଜଣାଇଛନ୍ତି । ଏ ନେଇ ସେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, " ଏହା ଏକ ଅଭାବନୀୟ ଘଟଣା । ଏମାନେ ବହୁ କଷ୍ଟ କରି ପରିବାର ଚଳାଉଥିଲେ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ । ଅବହେଳା କାରଣରୁ ଏହି ଦୁର୍ଘଟଣା ଘଟିଛି । ଘର ମାଲିକ ମଧ୍ୟ ମୃତକଙ୍କ ପରିବାରକୁ ସହାୟତା ଯୋଗାଇବା ଆବଶ୍ୟକ ।"

ଏ ନେଇ ପୋଲିସ କମିଶନର କହିଛନ୍ତି ଯେ HESCOM ଅଧିକାରୀଙ୍କ ଅବହେଳା କାରଣରୁ ଏହି ଘଟଣା ଘଟିଛି । ଏ ନେଇ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବତନ ବିଧାୟକ ଅନିଲ ବେନାକେ, ଡିସିପି ପିଭି ସ୍ନେହା ଓ HESCOM ବିଭାଗର ଅଧିକାରୀମାନେ ଏହି ଦୁର୍ଘଟଣା ସ୍ଥଳ ବୁଲିବା ସହ ମୃତକଙ୍କ ପରିବାରକୁ ଶାନ୍ତ୍ବନା ଜଣାଇଛନ୍ତି ।

ABOUT THE AUTHOR

...view details