ନୂଆଦିଲ୍ଲୀ:ମହଙ୍ଗା ପଡିଲା ରେଳ ଧାରଣାରେ ରିଲ୍ସ କରିବା। ରେଳ ଧାରଣା ଉପରେ ଭିଡିଓ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରେନ । ଚାଲିଗଲା 3ଜଣଙ୍କ ଜୀବନ(Three People Died After Being Hit by Train) । 3ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ 2ଜଣ ପୁରୁଷ ରହିଥିବା ସୂଚନା । ଏଭଳି ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ଗାଜିୟାବାଦର ମସୁରୀ ଅଞ୍ଚଳରୁ । 3ଜଣ ରେଳ ଧାରଣାରେ ଠିଆ ହୋଇ ଭିଡିଓ କରୁଥିବା ସମୟରେ ଟ୍ରେନ ଦେଖିନପାରିବା କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି ।
ମସୁରୀ ଷ୍ଟେସନ ଅଧିକାରୀଙ୍କ କହିବା ଅନୁସାରେ, ଗାଜିଆବାଦର ମୁସୁରି ରେଳ ଷ୍ଟେସନ ଟ୍ରାକରେ 3ଜଣ ଠିଆ ହୋଇ ଭିଡିଓ କରିଥିଲେ । ଏହି ସମୟରେ ସେମାନେ ଏତେ ବିଭୋର ରହିଥିଲେ ଯେ, ପଛପଟୁ ଟ୍ରେନ ଆସିବା ମଧ୍ୟ ଜାଣିପାରିନଥିଲେ । ଫଳରେ ଦୃତ ବେଗରେ ଆସୁଥିବା ଟ୍ରେନଟି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ 3ଜଣଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ 3ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହା ମଧ୍ୟ ପଢନ୍ତୁ: International Tea Day: ମୁଣ୍ଡବିନ୍ଧା ହେଉଛି କି ? ପିଅନ୍ତୁ ଏହି ଚା'