ଓଡିଶା

odisha

ETV Bharat / bharat

ବିଷାକ୍ତ ଚା ପିଇ ଗୋଟିଏ ପରିବାରର ୩ ମୃତ

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା, ଚିନି ବଦଳରେ ଚାରେ କିଟନାଶକ ଔଷଧ ବ୍ୟବହାର କରିବାରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

By

Published : Oct 27, 2022, 4:21 PM IST

ବିଷାକ୍ତ ଚା ପିଇ ଗୋଟିଏ ପରିବାରର ୩ ମୃତ
ବିଷାକ୍ତ ଚା ପିଇ ଗୋଟିଏ ପରିବାରର ୩ ମୃତ

ଲକ୍ଷ୍ନୌ:ଚା' ପିଇବା ହେଲା କାଳ, ଚା' ପିଇ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା (Three Die After Consuming Tea In UP Village)। ସେମାନଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ନାଗଲା କାହ୍ନାଇ ଗ୍ରାମରେ । ତିନି ମୃତକ ହେଉଛନ୍ତି ରବିଦ୍ର ସିଂ ଓ ତାଙ୍କ ଦୁଇ ନାତି । ଜଣଙ୍କ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ ବର୍ଷ ।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଭାଇ ଦୁଜ ଅବସରରେ ରବୀନ୍ଦ୍ର ସିଂ ତାଙ୍କ ପୁଅ ଶିବନନ୍ଦନ ପରିବାରର ଅନ୍ୟ ସଦସ୍ୟଙ୍କୁ ଦେଖା କରିବାକୁ ନାଗଲା କାହ୍ନାଇ ଗ୍ରାମକୁ ଆସିଥିଲେ । ଏହି ସମୟରେ ତାଙ୍କ ବୋହୂ ପରିବାର ସମସ୍ତ ସଦସ୍ୟଙ୍କ ପାଇଁ ଚା ପ୍ରସ୍ତୁତ କରିଥିଲେ । ତେବେ ରବିନ୍ଦ୍ର ଚା ପିଇବାର ମାତ୍ର କିଛି ସମୟ ପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଏହା ପରେ, ତାଙ୍କର ଦୁଇ ନାତି ମଧ୍ୟ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଭୋପାଳରେ ବିଷାକ୍ତ ଗ୍ୟାସ୍‌ ଲିକ୍: ଅନେକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ସେଠାରେ ଚିକିତ୍ସାର କିଛି ସମୟ ପରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଚା' ପିଇବା ପରେ ଆଉ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଥିବା ହସ୍ପିଚାଲ ତରଫରୁ ସୂଚନା ମିଳିଛି । ଏନେଇ ପରିବାର ଲୋକେ କହିଛନ୍ତି ଯେ, "ବୋହୂ ଚା ପ୍ରସ୍ତୁତ କରିବା ସମୟରେ ଚିନି ବଦଳରେ କୀଟନାଶକ ଔଷଧ ପକାଇ ଦେଇଥିଲା । ଫଳରେ ବିଷାକ୍ତ ଚା ପିଇବାରୁ ତିନି ଜଣ ୪ଜଣ ଅସୁସ୍ଥ ହୋଇ ପଡିଥିଲେ, ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଛି ।" ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ABOUT THE AUTHOR

...view details