ରାୟପୁର: ଗତ ଫେବୃଆରୀ 24 ତାରିଖରେ ଛତିଶଗଡର ଆକାବେଡା ନେଦନାର ଚେକପୋଷ୍ଟରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଛତିଶଗଡ ନାରାୟଣପୁର ଜିଲ୍ଲାର ସୁରକ୍ଷା ବଳ 3 ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲକୁ ପଠାଇଦିଆଯିବ ବୋଲି ଜଣାପଡିଛି ।
ଛତିଶଗଡ଼ ନାରାୟଣପୁରରୁ 3 ନକ୍ସଲ ଗିରଫ - ବୋମା ବିସ୍ଫୋରଣ
ଛତିଶଗଡ ନାରାୟଣପୁର ଜିଲ୍ଲାରୁ 3 ନକ୍ସଲଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ଛତିଶଗଡ଼ ନାରାୟଣପୁରରୁ 3 ନକ୍ସଲ ଗିରଫ
ଗିରଫ ହୋଇଥିବା ଏହି 3 ନକ୍ସଲ ହେଉଛନ୍ତି ଲଖୁରାମ କୋରାମ, ମାସୁ ଉସେଣ୍ଡି, ରାମ ଉସେଣ୍ଡି ବୋଲି ଜଣାପଡିଛି । ଏହି 3 ଜଣଙ୍କୁ ନାରାୟଣପୁରର ଜିଲ୍ଲା ରିଜର୍ଭ ଗ୍ରୁପ ଓ କୁକ୍ରାଝୋର ଜିଲ୍ଲାର ପୋଲିସ ନେଦନାର, ମୁଛନର ଓ କଲମନାର ଅଞ୍ଚଳରୁ ଗିରଫ କରିଥିଲା । ତେବେ ସୂଚନା ଥାଉ କି ଗୋଟିଏ ମାସ ମଧ୍ୟରେ ନାରାୟଣପୁର ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରୁ ମୋଟ 36 ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ