ଥିରୁଅନନ୍ତପୁରମ୍: କେରଳ ସ୍ଥିତ ବିକ୍ରମ ସରାଭାଇ ସ୍ପେସ ସେଣ୍ଟରରେ ଟେକ୍ନିକାଲ ପୋଷ୍ଟ ପାଇଁ ହୋଇଥିବା ପରୀକ୍ଷାରେ ହାଇଟେକ କପି କରିବା ମାମଲାରେ କେରଳ ପୋଲିସ ଆଜି ଆଉ 3ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି 3 ଅଭିଯୁକ୍ତ ମଧ୍ୟ ହରୟାଣାର ବାସିନ୍ଦା । ଚଳିତମାସ (ଅଗଷ୍ଟ) 20 ତାରିଖରେ ପ୍ରଥମେ ଏହି ଘଟଣାରେ ପରୀକ୍ଷାରେ ଅଂଶଗ୍ରହଣ କରିଥିବା 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ କ୍ରମାନୁସାରେ ଆଜି ଆଉ 3 ଅଭିଯୁକ୍ତଙ୍କୁ ମିଶାଇ ଗିରପଦାରୀ ସଂଖ୍ୟା 9କୁ ବୃଦ୍ଧି ପାଇଛି । ଅଭିଯୁକ୍ତମାନଙ୍କୁ କେରଳ ପୋଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ହରିୟାଣାରେ ଗିରଫ କରିଛି ଓ ସେମାନଙ୍କୁ ଜେରା କରିବା ପାଇଁ କେରଳ ଅଣାଯାଉଥିବା ଥିରୁଅନନ୍ତପୁରମ୍ ସିଟି ପୋଲିସ କମିଶନର ନାଗରାଜୁ ଚକଲମ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :-Hi tech Cheating in ISRO Exam: ହରିୟାଣାର ଦୁଇ ପରୀକ୍ଷାର୍ଥୀ କେରଳରେ ଗିରଫ
ଅଗଷ୍ଟ 20 ତାରିଖରେ ଥିରୁଅନନ୍ତପୁରମରେ ଅନୁଷ୍ଠିତ ISRO (ଭାରତୀୟ ମହାକାଶ ଗବେଷଣା ସଂଗଠନ)ର ଟେକ୍ନିକାଲ ପୋଷ୍ଟ ପରୀକ୍ଷାରେ ହାଇ-ଟେକ୍ କପି କରୁଥିବା ଦୁଇ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଗିରଫ ଦୁଇ ଅଭିଯୁକ୍ତ ହରିୟାଣାର ବାସିନ୍ଦା ଥିଲେ । ସେମାନେ ଥିରୁଅନନ୍ତପୁରମରେ ଥିବା ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (VSSC)ର ଟେକ୍ନିକାଲ ଷ୍ଟାଫ ପଦବୀ ପାଇଁ ଅନୁଷ୍ଠିତ ପରିକ୍ଷାରେ ଅଶଂଗ୍ରହଣ କରିଥିଲେ ।