ଓଡିଶା

odisha

ETV Bharat / bharat

Operation Ganga: ଉଦ୍ଧାର କାର୍ଯ୍ୟରେ ସାମିଲ ଆଉ ୩ IAF ବିମାନ - ୟୁକ୍ରେନରୁ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ

ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଅପରେସନ ଗଙ୍ଗା ମିଶନ । ଏହି କାର୍ଯ୍ୟରେ ଆଉ ୩ ବାୟୁସେନା ବିମାନକୁ ସାମିଲ କରାଯାଇଛି । ଅଧିକ ପଢନ୍ତୁ

Operation Ganga: ଉଦ୍ଧାରକାର୍ଯ୍ୟରେ ସାମିଲ ଆଉ ୩ ବାୟୁସେନା ବିମାନ
Operation Ganga: ଉଦ୍ଧାରକାର୍ଯ୍ୟରେ ସାମିଲ ଆଉ ୩ ବାୟୁସେନା ବିମାନOperation Ganga: ଉଦ୍ଧାରକାର୍ଯ୍ୟରେ ସାମିଲ ଆଉ ୩ ବାୟୁସେନା ବିମାନ

By

Published : Mar 3, 2022, 4:41 PM IST

ନୂଆଦିଲ୍ଲୀ:ୟୁକ୍ରେନ ଓ ଋଷ ଯୁଦ୍ଧ ଯୋଗୁଁ ଅଶାନ୍ତ ହୋଇଉଠିଛି ୟୁକ୍ରେନ ପରିବେଶ । ଋଷ ପକ୍ଷରୁ ଜାରି ରହିଛି ଘନ ଘନ ମିଜାଇଲ ମାଡ଼ । ଏଥିଯୋଗୁଁ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ ଛାତ୍ର ଓ ନାଗରିକ । ଏମାନଙ୍କୁ ଉଦ୍ଧାର ଲାଗି ଭାରତ ସରକାର 'ଅପରେସନ ଗଙ୍ଗା' ଆରମ୍ଭ କରିଛନ୍ତି । ଏଥିରେ ବାୟୁସେନା(IAF)ର ଆଉ ୩ଟି ବିମାନ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ମୁଖପାତ୍ର ସୂଚନା ଦେଇଛନ୍ତି ।

ନିକଟରେ ଆଫଗାନିସ୍ତାନରୁ ଉଦ୍ଧାର ସମୟରେ ବାୟୁସେନାର C-17 ସ୍ଥାନାନ୍ତରଣ ପାଇଁ ବ୍ୟବହାର ହୋଇଥିଲା । ଏହି ନିର୍ଦ୍ଦିଷ୍ଟ ବିମାନ ମହାମାରୀ ସମୟରେ ଅକ୍ସିଜେନ କଣ୍ଟେନର ବିଦେଶରୁ ଆଣିବାରେ ମଧ୍ୟ ବ୍ୟବହାର ହୋଇଥିଲା । ପୂର୍ବରୁ ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସଠାରେ ବାୟୁସେନାର ୪ର୍ଥ ଏୟାରକ୍ରାଫ୍ଟ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ନେଇ ପହଞ୍ଚିଥିଲା । ସେମାନଙ୍କୁ ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ ସ୍ବାଗତ କରିଥିଲେ ।

ଏହା ବି ପଢନ୍ତୁ: Operation Ganga: 208 ଭାରତୀୟଙ୍କୁ ନେଇ ସ୍ବଦେଶ ଫେରିଲା C-17

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଘନେଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅପରେସନ ଗଙ୍ଗାରେ ବାୟୁସେନା ସାମିଲ ହୋଇଥିଲା । ସେପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୂଚନା ଅନୁସାରେ ଆଜି(ଗୁରୁବାର) ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆ ଓ ପୋଲାଣ୍ଡରୁ ନାଗରିକଙ୍କୁ ଆଣି ୯ଟି ବିମାନ ଭାରତରେ ପହଞ୍ଚିଛି ।

ସୂଚନା ଅନୁସାରେ ଆଡ଼ଭାଇଜରି ଜାରି ହେବା ପରେ ୟୁକ୍ରେନରୁ ଏଯାବତ ୧୭ ହଜାରରୁ ଅଧିକ ନାଗରିକ ୟୁକ୍ରେନ ଛାଡ଼ିଛନ୍ତି । ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର କରାଯାଉଛି । ସେପଟେ ସ୍ଥିତିକୁ ଦେଖି ମୋଦି ଘନ ଘନ ବୈଠକ ଡାକୁଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯାଇଛି ।

@ANI

ABOUT THE AUTHOR

...view details