ଓଡିଶା

odisha

ETV Bharat / bharat

ପଞ୍ଜାବରେ ଏନକାଉଣ୍ଟର: 3 ଅପରାଧୀ ଗିରଫ, ପିସ୍ତଲ ଜବତ - ପଞ୍ଜାବରେ ଏନକାଉଣ୍ଟର

Three Bambiha gangsters arrested: ପଞ୍ଜାବର ମୋଗାରେ ଏନକାଉଣ୍ଟର । ତିନି ଗ୍ୟାଙ୍ଗଷ୍ଟାର ଗିରଫ । ପିସ୍ତଲ ମଧ୍ୟ ଜବତ । ଗତ 11 ଦିନରେ ପଞ୍ଜାବ ପୋଲିସର 8ତମ ଏନକାଉଣ୍ଟର । ଅଧିକ ପଢନ୍ତୁ

ପଞ୍ଜାବରେ ଏନକାଉଣ୍ଟର: 3 ଅପରାଧୀ ଗିରଫ, ପିସ୍ତଲ ଜବତ
ପଞ୍ଜାବରେ ଏନକାଉଣ୍ଟର: 3 ଅପରାଧୀ ଗିରଫ, ପିସ୍ତଲ ଜବତ

By ETV Bharat Odisha Team

Published : Dec 17, 2023, 5:44 PM IST

ଚଣ୍ଡିଗଡ:ପଞ୍ଜାବର ମୋଗାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ 3 ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରୁ ପୋଲିସ ପିସ୍ତଲ ଓ ଗୁଳି ମଧ୍ୟ ଜବତ କରିଛି । ଗିରଫ 3 ଅଭିଯୁକ୍ତ ବାମ୍ବିଆ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି । ଏମାନଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରହିଛି । ଏହି 3 ଅଭିଯୁକ୍ତଙ୍କ ନାମ ଶଙ୍କର ରାଜପୁତ, ଯଶଭ ଓ ନବଦ୍ବୀପ ବୋଲି ଜଣାପଡିଛି ।

ସ୍ଥାନୀୟ ଡିଏସପି ହରିନ୍ଦର ସିଂଙ୍କ ସୂଚନା ଅନୁସାରେ, ଏହି 3 ଅଭିଯୁକ୍ତ କୁଖ୍ୟାତ ବାମ୍ବିହା ଗ୍ୟାଙ୍ଗ ଲିଡର ଲକି ପାଇଲଟ ଗ୍ୟାଙ୍ଗର ସଦସ୍ୟ । ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ସ୍ଥାନରେ ଏକାଧିକ ଅପରାଧିକ ମାମଲା ରହିଛି । ଏମାନେ ଫେରାର ରହି ବିଭିନ୍ନ ଅପରାଧିକ ଘଟଣାକୁ କ୍ରମାଗତ ରୂପ ଦେଉଥିଲେ । ଆଜି ସେମାନେ ମୋଗାରେ ଏକାଠି ହୋଇଥିବା ସୂଚନା ମିଳିବା ପରେ ପୋଲିସ ଟିମ୍‌ ସେଠାରେ ପହଞ୍ଚିଥିଲା । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲା ପୋଲିସ । ସେମାନେ ପୋଲିସ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯିବା ପାଇଁ ଉଦ୍ୟମ କରିଥିଲେ ।

ପୋଲିସ ମଧ୍ୟ ପାଲଟା ଫାଏରିଂ କରିଥିଲା । ଏଥିରେ 3 ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳତା ପାଇଛି । ଘଟଣାସ୍ଥଳରୁ ଏକ ପିସ୍ତଲ ଏକାଧିକ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି । ଏକ ବାଇକ ମଧ୍ୟ ଜବତ କରିଛି ପୋଲିସ । ସମସ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବ । ଏହି 3 ଅଭିଯୁକ୍ତ ବିଭିନ୍ନ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଥିଲେ । ସେମାନଙ୍କ ପୁରୁଣା ଅପରାଧିକ କାର୍ଯ୍ୟକଳାପର ରେକର୍ଡକୁ ତର୍ଜମା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ବଢିଲା ଗେହେଲଟଙ୍କ ଅଡୁଆ: ପେପର ଲିକ୍‌ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଜନଲାଲ

ଗତକାଲି (ଡିସେମ୍ବର) 16 ତାରିଖରେ ମଧ୍ୟ ପଞ୍ଜାବର ମୋହାଲି ଓ ପଟିଆଲାରେ ଏନକାଉଣ୍ଟର କରିଥିଲା ପୋଲିସ । ଏଥିରେ ଦୁଇ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିଲା । ସେମାନଙ୍କୁ ଗିରଫ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ପୁଣି 24 ଘଣ୍ଟା ନପୁରୁଣୁ ଆଉ ଏକ ଏନକାଉଣ୍ଟରରେ 3 ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସକୁ ସଫଳତା ମିଳିଛି । ଆଉ ଏକ ରୋଚକ ଘଟଣା ହେଉଛି, ଗତ 11 ଦିନ ମଧ୍ୟରେ ଏହା ହେଉଛି ପଞଜାବ ପୋଲିସର 8ତମ ଏନକାଉଣ୍ଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details