ଓଡିଶା

odisha

କର୍ଣ୍ଣାଟକରେ ଗୋଟିଏ ପରିବାର 3 ଜଣଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

କର୍ଣ୍ଣାଟକରେ ଗୋଟିଏ ପରିବାରର 3 ଜଣଙ୍କ ଆତ୍ମହତ୍ୟା ସନ୍ଦେହ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

By

Published : Feb 23, 2023, 9:27 PM IST

Published : Feb 23, 2023, 9:27 PM IST

କର୍ଣ୍ଣାଟକରେ ଗୋଟିଏ ପରିବାର 3 ଜଣଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ
କର୍ଣ୍ଣାଟକରେ ଗୋଟିଏ ପରିବାର 3 ଜଣଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଭେରୀରେ ଗୋଟିଏ ପରିବାର 3 ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକମାନଙ୍କ ମଧ୍ୟରେ ଦମ୍ପତି ଓ ସେମାନଙ୍କ ଏକ ଝିଅ ରହିଛନ୍ତି । ଗତକାଲି (ବୁଧବାର) ରାତିରେ ଏହି ଅଘଟଣ ଘଟିଥିବା ବେଳେ ଏହା ଏକ ଗଣଆତ୍ମହତ୍ୟା ଘଟଣା ହୋଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ 3ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି । ହେଲେ ଅଘଟଣ ସମ୍ପର୍କରେ ପୋଲିସ କିଛି ନିର୍ଦ୍ଦିଷ୍ଟ କାରଣକୁ ସାମ୍ନାକୁ ଆଣିନି । ତଦନ୍ତ ଜାରି ରହିଛି, ପରେ ଏନେଇ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ପୋଲିସର ସୂଚନା ଅନୁସାରେ, ଘର ଭିତରୁ ମସସ୍ତ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନେ ସ୍ଥାନୀୟ ଅଞ୍ଚଳର ହନୁମାନ ଗୌଡା ନାମକ ଜଣେ ଜୈନିକ ବ୍ୟକ୍ତି, ତାଙ୍କ ପତ୍ନୀ ଲଳିତା ଓ ଝିଅ ନେତ୍ରବତୀ ବୋଲି ପୋଲିସ ସ୍ପଷ୍ଟ କରିଛି । ଏହି ପରିବାର ଗତ କିଛି ବର୍ଷ ହେବ ଏହି ସ୍ଥାନରେ ରହିଆସୁଥିଲେ । ପଡୋଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ହନୁମନ୍ତ ଗୌଡା ଏକାଧିକ ସଂସ୍ଥାରୁ ଋଣ କରିଥିଲେ । ତାଙ୍କର ନିୟମିତ ମଦ୍ୟପାନ କରିବା ଅଭ୍ୟାସ ମଧ୍ୟ ଥିଲେ । ତେଣୁ ପାରିବାରିକ ଆର୍ଥିକ ସ୍ଥିତି ମଧ୍ୟ ଠିକ ନଥିଲା । ତେଣୁ ଆର୍ଥିକ ଅନାଟନ ମଧ୍ୟରେ ଏପରି ଚରମ ନିଷ୍ପତ୍ତି ନେବା ପାଇଁ ସେମାନେ ଚିନ୍ତା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ପୋଲିସ କିନ୍ତୁ କୋଣସି ଦିଗକୁ ଇଙ୍ଗୀତ କରିନି । ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟତା ଆସିବ । ସେହିପରି ମୃତକଙ୍କ ସମ୍ପର୍କୀୟ ଓ ପଡୋଶୀଙ୍କ ଠାରୁ ମୃତକଙ୍କ ପରିବାର ସମ୍ପର୍କରେ ସୂଚନା ସଂଗ୍ରହ କରାଯାଉଛି । ମୃତଦେହ ମିଳିଥିବା କଠୋରୀର ପାରିପାର୍ଶ୍ବିକ ସ୍ଥିତି ସହ ଅନ୍ୟ ସମସ୍ତ ଦିଗରୁ ମଧ୍ୟ ତଦନ୍ତ ଜାରି ରହିଛି । ତଦନ୍ତର ଅଗ୍ରଗତି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ ଅଧୀକ୍ଷକ ଶିବକୁମାର କହିଛନ୍ତି । ନିକଟରେ ମଧ୍ୟ ଘଟିଥିବା କିଛି ଗଣଆତ୍ମହତ୍ୟା ମାମଲାରେ ପ୍ରାୟତଃ ଆର୍ଥିକ ଅନଟନ ସମସ୍ୟା ରହିଥିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details