ଓଡିଶା

odisha

ETV Bharat / bharat

ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ - 3 ଶ୍ରମିକ ମୃତ

ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କାନପୁର ସ୍ଥିତ ବିଥୋର ପୋଲିସ ଷ୍ଟେସନ ପରିସର ଚକ୍ରାନ୍ତପୁର ଗ୍ରାମରେ । ଆଜି(ରବିବାର) ସନ୍ଧ୍ୟାରେ ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇଥିବା 3 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ
ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ

By

Published : Oct 30, 2022, 10:43 PM IST

ଉତ୍ତରପ୍ରଦେଶ :ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇ 3 ଶ୍ରମିକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କାନପୁର ସ୍ଥିତବିଥୋର ପୋଲିସ ଷ୍ଟେସନ ପରିସର ଚକ୍ରାନ୍ତପୁର ଗ୍ରାମରେ । ଆଜି(ରବିବାର) ସନ୍ଧ୍ୟାରେ ସେଫ୍ଟି ଟାଙ୍କିର ସଟର ଖୋଲିବାକୁ ଯାଇଥିବା 3 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି (Three laborers died during opening safety tank shuttering) ।

ଏ ସମ୍ପର୍କରେ ସ୍ଥାନୀୟ ଡିସିପି ପଶ୍ଚିମ ବିଜୟ କୁମାର ଢୁଲ କହିଛନ୍ତି, ''ତିନିଜଣ ଶ୍ରମିକ ଟାଙ୍କି ଭିତରକୁ ପ୍ରଥମେ ଓହ୍ଲାଇଥିଲେ । ତେବେ ତା ଭିତରେ କାମ କରୁଥିବା ବେଳେ କୌଣସି କାରଣ ବଶତଃ ଅଣନିଶ୍ବାସୀ ହୋଇ ପଡ଼ିଥିଲେ । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି (Three laborers died) । ଯେତେବେଳେ ଶ୍ରମିକମାନେ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହେବା ଆରମ୍ଭ କଲେ, ସେମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଶ୍ରମିକଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକମାନେ ସାହାଯ୍ୟ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେଫ୍ଟି ଟାଙ୍କିଟି ଗଭୀର ଏବଂ ସଂକୀର୍ଣ୍ଣ ଥିବାରୁ ସେ ଟାଙ୍କିରେ ଫଶି ରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚି ପାରିନଥିଲେ । ଫଳରେ ତିନିଜଣ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ।''

ପୋଲିସ ସୂଚନା ପାଇ ତିନି ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲା ( opening safety tank shuttering)। ଏହାପରେ ସମସ୍ତଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତରମାନେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ଡିସିପି ବିଜୟ କୁମାର ଢୁଲ କହିଛନ୍ତି ଯେ, ଯେଉଁ କାରଣରୁ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ତାହାର ଅନୁସନ୍ଧାନ କରାଯାଉଛି ।

ତେବେ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଏ ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ସେପଟେ ଶ୍ରମିକଙ୍କ ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ବର୍ଗ ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ABOUT THE AUTHOR

...view details