ଇମ୍ଫାଲ: ମଣିପୁରରେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ଆଜି ପୁଣି ହିଂସା ଦେଖିବାକୁ ମିଳିଛି । ଆଜି (ମଙ୍ଗଳବାର) କାଙ୍ଗପୋକପି ଜିଲ୍ଲାରେ ଅଜଣା ବନ୍ଧୁକଧାରୀଙ୍କ ଅତର୍କିତ ଆକ୍ରମଣରେ 3ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣା ସମ୍ନାକୁ ଆସିଛି । ଆଜି (ମଙ୍ଗଳବାର) ପୂର୍ବାହ୍ନରେ ଇରେଙ୍ଗ ଓ କରମ ଭାଇପେୟୀ ଗ୍ରାମରେ ଏହି ଆକ୍ରମଣ ଘଟିଛି । ଘଟଣାସ୍ଥଳରେ ସୁରକ୍ଷା ବଳ ପହଞ୍ଚିଛନ୍ତି । ସ୍ଥାନୀୟ ସିଭିଲ ସୋସାଇଟର ଅଭିଯୋଗ ଅନୁସାରେ, କିଛି ଅଜଣା ଦଙ୍ଗାକାରୀ ହାତରେ ବନ୍ଧୁକ ଧରି ଗ୍ରାମରେ ପ୍ରବେଶ କରିବା ସହ ଅତର୍କିତ ଗୁଳିମାଡ କରିଥିଲେ । ପ୍ରାଣ ହରାଇଥିବା ସମସ୍ତ 3 ମୃତକ ସ୍ଥାନୀୟ ଗ୍ରାମବାସୀ । ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ଟ୍ରାଇବାଲ ୟୁନିଟି କମିଟି (COTU) ।
ସଂଗଠନ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି । ଏକ ବିବୃତ୍ତିରେ କହିଛି, ସରକାରଙ୍କ ଯଦି ଶାନ୍ତି ଫେରାଇବା ଦିଗରେ ଆନ୍ତରିକତା ରହିଛି, ତେବେ ସବୁ ଉପତ୍ୟାକା ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଘୋଷଣା କରିବା ସହ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA-1958) ଲାଗୁ କରନ୍ତୁ । ସେପ୍ଟେମ୍ବର 8ତାରିଖରେ ମଧ୍ୟ ହିଂସା ଏହି ଜିଲ୍ଲାରେ ହିଂସା ଦେଖିବାକୁ ମିଳିଥିଲା । ଏଥିରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 50 ରୁ ଅଧିକ ଆହତ ହୋଇଥିଲେ ।