ଓଡିଶା

odisha

ETV Bharat / bharat

ନାଁ ବଦଳାଇ 3ବିବାହ କରିଥିଲା ପତ୍ନୀ, ଭିଡିଓ କଲରେ ଦେଖିବା ପରେ ହତ୍ୟା କଲା ସ୍ୱାମୀ - ଉତ୍ତର ପ୍ରଦେଶ ଖବର

ଗାଜିଆବାଦରେରେ ସ୍ତ୍ରୀକୁ ନିର୍ମମ ହତ୍ୟା କଲା ସ୍ବାମୀ । ପୂର୍ବତନ ସ୍ବାମୀ ସହ ଥିଲା ସ୍ତ୍ରୀର ସମ୍ପର୍କ । ନାମ ବଦଳାଇ ପତ୍ନୀ କରିଥିଲା 3ବିବାହ । ଭିଡିଓ କଲରେ ଦେଖିବା ପରେ ହତ୍ୟା କଲା ସ୍ବାମୀ (after video call Husband killed his wife) । ଅଧିକ ପଢନ୍ତୁ

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

By

Published : Dec 29, 2022, 10:05 PM IST

ହାଇଦ୍ରାବାଦ:ନାମ ବଦଳାଇ ପତ୍ନୀ କରିଥିଲା 3ବିବାହ । ପୂର୍ବତନ ସ୍ବାମୀ ସହ ମଧ୍ୟ ଥିଲା ସମ୍ପର୍କ । ଭିଡିଓ କଲରେ କଥା ହେବା ସମୟରେ ପୂର୍ବତନ ସ୍ବାମୀ ସହ ଧରାପଡିବା ପରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ (Husband killed wife) । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଜିଆବାଦ ସହରରେ । ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିବା ପରେ ହତ୍ୟାକାଣ୍ଡର ପଛର ଏପରି ନାଟକୀୟ କାରଣ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗାଜିଆବାଦର ବିଜୟ ନଗର ପୋଲିସ ଷ୍ଟେସନ ଅଧୀନ କାଂଶୀରାମ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । 26 ତାରିଖରେ କଲୋନୀରେ ଏକ ଘରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଥିବା ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରିବା ପରେ ତାହା ବିନୋଦ ଶର୍ମା ନାମକ ଜଣେ ସ୍ଥାନୀୟ ଯୁବକଙ୍କ ପତ୍ନୀ ଭୟା ଶର୍ମା ବୋଲି ଚିହ୍ନଟ ହୋଇଥିଲେ । ହେଲେ ଘଟଣାସ୍ଥଳରୁ ବିନୋଦ ଫେରାର ହୋଇଯାଇଥିବାରୁ ତାକୁ ନେଇ ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା । ପରେ ପୋଲିସ ତାକୁ ଗିରଫ କରି ହତ୍ୟାକାଣ୍ଡର କାରଣ ଫର୍ଦ୍ଦାଫାସ କରିଥିଲା ।

ଅଭିଯୁକ୍ତ ସ୍ବାମୀ ବିନୋଦ ନିଜେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବୀକାର କରିବା ସହ କାରଣ ସମ୍ପର୍କରେ ବିସ୍ଫୋରକ ବୟାନ ମଧ୍ୟ ଦେଇଥିଲା । ପତ୍ନୀ ଭୟା ଶର୍ମା ତାକୁ ବିବାହ କରିବା ପୂର୍ବରୁ ନାମ ପରିବର୍ତ୍ତନ କରି 2ଟି ବିବାହ କରିଥିଲେ । ଭୟାଙ୍କ ପ୍ରଥମ ସ୍ୱାମୀଙ୍କ ନାମ ଯୋଗେନ୍ଦ୍ର କୁମାର, ଦ୍ବିତୀୟ ସ୍ବାମୀଙ୍କ ନାମ ଅନିସ୍ ଅନସାରୀ ଓ ସେ ଉଭୟଙ୍କ ଠାରୁ ଅଲଗା ହେବା ପରେ ତାକୁ ବିବାହ କରିଥିବା ପୋଲିସକୁ ସୂଚନା ଦେଇଥିଲା ଅଭିଯୁକ୍ତ ବିନେଦ ।

ହେଲେ ବିନୋଦ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ସ୍ତ୍ରୀ ଭୟାକୁ ଭିଡିଓ କଲ କରିଥିଲା । ଏହି ସମୟରେ ଭୟାଙ୍କ ସହ ପୂର୍ବତନ ପତି ଅନିସ୍ ଅନସାରୀଙ୍କୁ ଦେଖିବାକୁ ପାଇ ଉତ୍ତେଜିତ ହୋଇପଡିଥିଲା ବିନୋଦ (after video call Husband killed his wife)। ସେହି କାରଣରୁ ସେ ଭୟାକୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ନିକଟରେ ସ୍ବୀକାର କରିଛି । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details