ଓଡିଶା

odisha

By

Published : Oct 19, 2021, 1:01 PM IST

ETV Bharat / bharat

ଉତ୍ତରାଖଣ୍ଡରେ ଜଳପ୍ରଳୟ; ଘର ଭୁଶୁଡି ୩ ମୃତ, ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦି

ଦେବଭୂମିରେ ସୃଷ୍ଟି ହୋଇଛି ଜଳପ୍ରଳୟ । ଲଗାଣ ବର୍ଷାରେ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ପୋଲିସ ଓ ରେସକ୍ୟୁ ଟିମ୍ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ଜଳପ୍ରଳୟ; ଘର ଭୁଶୁଡି ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ଉତ୍ତରାଖଣ୍ଡରେ ଜଳପ୍ରଳୟ; ଘର ଭୁଶୁଡି ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ: ଦେବଭୂମିରେ ଜଳପ୍ରଳୟ । ବର୍ଷା ବିଭୀଷିକାରେ ଖିନଭିନ ହୋଇଯାଇଛି ଧନଜୀବନ । କେରଳ ଓ ଉତ୍ତରାଖଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଦୁଇ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଯୋଗୁଁ କେରଳରେ ବହୁସଂଖ୍ୟକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ଦେବଭୂମିରେ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୌସୁମୀ ବିଭାଗ ପକ୍ଷରୁ ଆଜି(ମଙ୍ଗଳବାର) ଦେବଭୂମି ଉତ୍ତରାଖଣ୍ଡରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ରାଜ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ବିଭାଗ ।

ଉତ୍ତରାଖଣ୍ଡରେ ଜଳପ୍ରଳୟ; ଘର ଭୁଶୁଡି ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରଖଣ୍ଡରେ ଗତ ୩୬ ଘଣ୍ଟା ଧରି ବର୍ଷା ବିତ୍ପାତ ଲାଗି ରହିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସ୍ଥିତି ଉପୁଜିଛି । ଗୋଟିଏ ଜାଗାରେ ଭୂସ୍ଖଳନ ଯୋଗୁଁ ଘର ଭୁଶୁଡି ୩ଟି ପିଲାଙ୍କ ମୃତ୍ୟୁ ହୋଇଥିବା ଖବର ଆସି ପହଞ୍ଚିଛି । ଏଠାରେ ଜଣେ ବ୍ୟକ୍ତି ମଧ୍ୟ ନିଖୋଜ ଥିବା ଜଣାପଡିଛି । ସେହିପରି ଚମୋଲୀ ଅଞ୍ଚଳରେ ପ୍ରବଳ ବର୍ଷା ଫଳରେ ନନ୍ଦାକିନୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ସେପଟେ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପରେ ଋଷିକେଶର ବହୁ ସ୍ଥାନ ଜଳମଗ୍ନ ରହିଛି ।

ଏଥିସହ ସବୁ ଅଞ୍ଚଳ ଜଳମଗ୍ନ ଯୋଗୁଁ ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ ଯୋଗୁଁ କିଛି ରାସ୍ତା ବନ୍ଦ ହୋଇଯାଇଛି । ଜେସିବି ମାଧ୍ୟମରେ ସେହି ସବୁ ସ୍ଥାନ ସଫା କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପୋଲିସ ଓ ରେସକ୍ୟୁ ଟିମ୍ ପୁରା ଦମ୍ ଲଗାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଲଗାତାର ସ୍ଥିତି ଉପରେ ନଜର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଙ୍କୁ ଫୋନ ଯୋଗେ କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବାବଦରେ ଅବଗତ ହୋଇଛନ୍ତି । ଏଥିସହିତ ରାଜ୍ୟକୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଉଲ୍ଲେଖଯୋଗ୍ୟ ସୋମବାର କେଦାରନାଥରୁ ଫେରୁଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଜଙ୍ଗ ଚଟ୍ଟୀ ନିକଟରେ ୨୨ ଜଣ ଯାତ୍ରୀ ଫସି ରହିଥିଲେ । ଏସଡିଆରଏଫ ଓ ପୋଲିସ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ୫୫ ବର୍ଷୀୟ ବୟସ୍କ ଥିବାବେଳେ ସେ ଚାଲିବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଷ୍ଟ୍ରେଚରରେ ଅଣାଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କୁ ଗୌରୀ କୁଣ୍ଡକୁ ସ୍ଥାନାନ୍ତରିତ କରିଛି ରେସକ୍ୟୁ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details