ଓଡିଶା

odisha

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଲାଗିଲା ନିଆଁ, 3 ଜୀବନ୍ତ ଦଗ୍ଧ

By

Published : Apr 24, 2023, 12:28 PM IST

ରାଜସ୍ଥାନର ପରମରେ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ । 3 ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

three burnt alive
three burnt alive

ଜୟପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ । ତିନିଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ରାଜସ୍ଥାନର ପରମର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ,''ଗୋଟିଏ ଟ୍ରକ ବିକାନେରରୁ ମିଟି ଭର ସାନଚୋର ଅଭିମୁଖେ ଯାଉଥିଲା । ଏହି ସମୟରେ ଟାଇଲ୍ସ ଭର୍ତ୍ତି ଏକ ଟ୍ରକ ଆଲପୁରା ରାଜପଥରେ ଯାଉଥିଲା । ହଠାତ ଗୁଦାମାଲାନିରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇ ଟ୍ରକରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ 3ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣ ବ୍ୟକ୍ତି ନିଆଁ ଲାଗିଥିବା ଟ୍ରକରୁ ତଳକୁ ଡେଇଁ ପଡିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଘଟିବାରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ ଜମାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।''

ଏନେଇ ଡିଏସପି ଶୁଭକରନ କହିଛନ୍ତି ଯେ,'' ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରକ ଭିତରେ ଥିବା 3 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ''ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ବ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତକଙ୍କ ପରିଚୟ ମିଳିପାରିବ । ତେବେ ଦୁଇଟି ଟ୍ରକରେ କେତେ ଜଣ ଲୋକ ଥିଲେ ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ବସ୍-ଟ୍ରକ ମୁହାଁମୁହିଁ ଧକ୍କା: ୭ ମୃତ, ୪୦ରୁ ଅଧିକ ଆହତ

ନିକଟରେ ଉତ୍ତର ପ୍ରଦେଶ ଲକ୍ଷ୍ନୌ ଗୋରଖପୁର ହାଇଓ୍ବେର ଅଯୋଧ୍ୟା କୋଟଓ୍ବାଲି ଅଞ୍ଚଳରେ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 40ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏକ ଘରୋଇ ବସ୍ ଅଯୋଧ୍ୟାରୁ ଯାତ୍ରୀଙ୍କୁ ନେଇ ଅମ୍ବେଦକର ନଗର ଆଡକୁ ଯାଉଥିବା ବେଳେ ହାଇଓ୍ବେର ଅପରପାର୍ଶ୍ବରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଟ୍ରକଟି ବସ୍ ଉପରେ ଓଲଟି ପଡିଥିଲା ।

ABOUT THE AUTHOR

...view details