ବେଙ୍ଗାଲୁରୁ:ଆଜି ଆନ୍ଧ୍ରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି(ରବିବାର) ସକାଳ ସମୟରେ ଆନ୍ଧ୍ରର ଚିତ୍ତୋର ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ପୋଲିସ କର୍ମୀ ବେଙ୍ଗାଲୁରୁର ଅଟନ୍ତି । ଜଣେ ଗଞ୍ଜେଇ ଚାଲାଣକାରୀକୁ ଧରିବାକୁ ସେମାନେ ବେଙ୍ଗାଲୁରୁରୁ ଚିତ୍ତୋର ଯାଉଥିବା ସମୟରେ ସେମାନଙ୍କ କାର୍ ରୋଡ୍ ଡିଭାଇଡରରେ ପିଟି ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କର୍ଣ୍ଣାଟକ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର ଏନେଇ ସୂଚନା ଦେଇଛନ୍ତି ।
ଆନ୍ଧ୍ରପ୍ରଦେଶରେ ସଡକ ଦୁର୍ଘଟଣା: ୩ ପୋଲିସ କର୍ମୀ ମୃତ, ୪ ଆହତ - ଆନ୍ଧ୍ରପ୍ରଦେଶ ସଡକ ଦୁର୍ଘଟଣାରେ ପୋଲିସ କର୍ମୀ ମୃତ
ଆନ୍ଧ୍ରପ୍ରଦେଶ ଚିତ୍ତୋର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ତିନି ଜଣ ପୋଲିସ କର୍ମୀ ମୃତ । ଅଧିକ ପଢନ୍ତୁ
ଆନ୍ଧ୍ରପ୍ରଦେଶ ସଡକ ଦୁର୍ଘଟଣାରେ ୩ ପୋଲିସ କର୍ମୀ ମୃତ
ସୂଚନା ଅନୁଯାୟୀ, ମୃତ ସମସ୍ତ ପୋଲିସ କର୍ମୀ ବେଙ୍ଗାଲୁରୁ ଶିବାଜୀନଗର ଥାନାରେ କାର୍ଯ୍ୟରତ ଥିଲେ । ସେମାନେ ଜଣେ ଗଞ୍ଜେଇ ଚାଲାଣକାରୀକୁ ଧରିବାକୁ ଆଜି ଚିତ୍ତୋର ଯାଉଥିଲେ । ବାଟରେ ସେମାନଙ୍କ କାର୍ ଭାରାସାମ୍ୟ ହରାଇ ଡିଭାଇଡରେ ଧକ୍କା ହୋଇଥିଲା । ଯାହାଫଳରେ ୩ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ଏନେଇ ଖବର ପାଇବା ପରେ କର୍ଣ୍ଣାଟକର ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତାହତଙ୍କୁ ବେଙ୍ଗାଲୁରୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।
Last Updated : Jul 24, 2022, 12:49 PM IST