ଓଡିଶା

odisha

ETV Bharat / bharat

265 ଭିଆଲ ରେମଡେସିଭର ଟିକା ଜବତ, 3 ଗିରଫ - Three arrested with 265 vials of Remdesivir

କାନପୁର ପୋଲିସ ହାତରେ 265 ଭିଆଲ ରେମଡେସିଭର ଟିକା। ଏହି ଟିକା ରଖିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସାଉଥ୍ କାନପୁର ନଗର ରବିନା ତ୍ୟାଗୀ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

265 ଭିଆଲ ରେମୋଡେସିଭର ଟିକା ଜବତ, 3 ଗିରଫ
265 ଭିଆଲ ରେମୋଡେସିଭର ଟିକା ଜବତ, 3 ଗିରଫ

By

Published : Apr 16, 2021, 11:52 AM IST

କାନପୁର: ଦେଶରେ ଲାଗିରହିଛି କୋଭିଡା ଟିକା ଅଭାବ। ଏହି ସମୟରେ କାନପୁର ପୋଲିସ ହାତରେ 265 ଭିଆଲ ରେମଡେସିଭର ଟିକା। ଏହି ଟିକା ରଖିବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସାଉଥ୍ କାନପୁର ନଗର ରବିନା ତ୍ୟାଗୀ ସୂଚନା ଦେଇଛନ୍ତି। ତେବେ ରେମଡେସିଭର ଟିକା କୋରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି।

ପ୍ରଶାନ୍ତ ଶୁକ୍କାଙ୍କ କହିବା ଅନୁସାରେ ଏକ ଶାଢୀ ପ୍ୟାକେଟରେ ଏହି ସମସ୍ତ ଭିଆଲ ଗୁଡ଼ାଯାଇ ନିଆଯାଉଥିଲା। ଘଟଣାରେ ସମ୍ପୃକ୍ତ 3ଜଣଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ପଚରାଉଚରା ସମୟରେ ଉପରୋକ୍ତ ବ୍ୟକ୍ତିମାନେ ପଶ୍ଚିମବଙ୍ଗରୁ ଏହି ଯୋଗାଣ ପାଇଥିବା ପ୍ରକାଶ କରିଥିଲେ।

ତ୍ୟାଗୀ କହିଛନ୍ତି, ପ୍ରଶାନ୍ତ ଏବଂ ମୋହନ ସେମାନଙ୍କୁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଟଙ୍କା ଦେବାର ଥିଲା। ହେଲେ ସେ ଟଙ୍କା ବଦଳରେ ତାଙ୍କୁ 265 ରେମଡେସିଭର୍ ଭିଆଲ୍ ନେବାକୁ କହିଥିଲା। ଏବଂ ଟଙ୍କା ବଦଳି ଟିକାକୁ ହରିୟାଣାର ଯମୁନା ନଗରର ସଚିନଙ୍କୁ ପଠାଇବାକୁ କହିଥିଲେ।"

ପୋଲିସର ସୂଚନାନୁସାରେ, ଭିଆଲରେ ଥିବା ବ୍ୟାଚ୍ ନମ୍ବର ହଜିଥିବା ଜଣାପଡିଛି ଏବଂ ଗିରଫ ବ୍ୟକ୍ତିମାନେ ଭିଆଲର ବିଲ୍ ବାହାର କରିପାରିବେ ନାହିଁ। ତ୍ୟାଗୀ ଯୋଗ ଦେଇ କହିଛନ୍ତି ଯେ ଆମେ ସେମାନଙ୍କ ଯୋଜନା ଜାଣିବା ପାଇଁ କଲ୍ ଡିଟେଲ୍ସ ରେକର୍ଡ ପାଇବାକୁ 3ଟି ମୋବାଇଲ୍ ଜବତ କରିଯାଇଛି।

ABOUT THE AUTHOR

...view details