ଡେରାଡୁନ: ସିନେମା ଷ୍ଟାଇଲରେ ଲୁଟ । ଡେରାଡୁନରେ ଦେଖାଯ।ଇଛି ବଲିଉଡ ଫିଲ୍ମ ‘ସ୍ପେଶାଲ 26’ରେ ଦେଖାଯାଇଥିବା ଲୁଟର ଘଟଣା। ନିଜକୁ ସିବିଆଇ ଅଧିକାରୀ କହି ଲକ୍ଷାଧିକ ଟଙ୍କା ଲୁଟିଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଡୁନ ପୋଲିସ । ନକୁଡ- ଗଙ୍ଗୋହ ରୋଡ ଜୈନପୁର ଗାଁରୁ 3 ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟପୁର ପୋଲିସ ଓ ଏସଓଜିର ମିଳିତ ଟିମ । ଏଥିସହ ଅଭିଯୁକ୍ତମାନଙ୍କଠୁ 2 ଲକ୍ଷ ଟଙ୍କା, 6ଟି ଦାମୀ ମୋବାଇଲ, 2 ଲାପଟପ, ଲୁଟରେ ବ୍ୟବହୃତ କାର୍, ନକଲି ବନ୍ଧୁକ ଓ ଓ୍ୱାକି-ଟକି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଫେରାର ଥିବା ସୂଚନା ।
ବନ୍ଧୁକ ଦେଖାଇ ହୋଇଥିଲା ଲୁଟ୍: 29 ଅଗଷ୍ଟରେ ଅମିତ କୁମାର ନାମକ ଜଣେ ବ୍ୟକ୍ତି ଡେରାଡୁନ ଥାନାରେ ଏତଲା ଦେଇଥିଲେ । ଏତଲା ଅନୁଯାୟୀ, ନିଜକୁ ସିବିଆଇ ଅଫିସର କହି ଅମିତ ଘରେ ପଶିଥିଲେ ଅଭିଯୁକ୍ତମାନେ । ସକାଳ ସମୟରେ 3 ଜଣ ବ୍ୟକ୍ତି ଅମିତ କୁମାରଙ୍କ ଘରକୁ ଆସି ବନ୍ଧୁକ ଦେଖାଇ ଏକ ମିଛ ଭିଡିଓ ବନାଇଥିଲେ । ଯାହାପରେ ଘରେ ଥିବା ଟଙ୍କା, 2ଟି ଲ୍ୟାପଟପ, 6 ଟି ମୋବାଇଲ ଓ ଅନ୍ୟ ଜିନିଷ ନେଇଯାଇଥିଲେ । ସେହି ଲୁଟ ସମୟରେ ଘର ମଧ୍ୟରେ ଅମିତ କୁମାରଙ୍କ ସମେତ ଜଣେ ମହିଳା ବନ୍ଧୁ ଓ ଜଣେ କର୍ମଚାରୀ ଥିଲେ । ଅଭିଯୁକ୍ତମାନେ ମାସ୍କ ପିନ୍ଧିବା ସହ ବନ୍ଧୁକ ଓ ଓ୍ୱାକିଟକି ଧରିଥିଲେ । ସେମାନେ ଘରେ ଥିବା ମହିଳାଙ୍କୁ ଛାଡି ଦେଇଥିଲେ । ଅମିତ ଓ ମୁକୁଳ ତ୍ୟାଗୀଙ୍କୁ ଗୋଟିଏ କାରରେ ବସାଇ ପ୍ରୁଡେଣ୍ଟ ଟ୍ରେଣ୍ଡିଙ୍ଗ ଏକାଡେମୀ କୁ ନେଇଥିଲେ । ସେଠାରେ ବି ଛାନଭିନ୍ କରିଥିଲେ । ଏହା ସହ ତାଙ୍କୁ ଟଙ୍କା ବି ମାଗିଥିଲେ । ତେବେ ମଉକା ଦେଖି କାରରୁ ଖସି ଯାଇଥିଲେ ଅମିତ ।ଏହାପରେ ଅମିତଙ୍କ ସହଯୋଗୀଙ୍କୁ ବି ଛାଡିଦେଇଥିଲେ ଅଭିଯୁକ୍ତ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଅଭିଯୁକ୍ତଙ୍କୁ ଧରିବା ପାଇଁ ଟିମ ଗଠନ:ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଆରମ୍ଭ କରିଥିବା ଅପରେସନ । ଏକ ଟିମ ଗଠନ କରିବା ତଦନ୍ତ କରିଥିଲା ପୋଲିସ । ଲୁଟର ପୂର୍ବରୁ ଓ ପରବର୍ତ୍ତି ସମୟର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ 3 ଅଭିଯୁକ୍ତ ଘରେ ଭିତରେ ପ୍ରବେଶ ବେଳର ଓ ବାହାରିବା ବେଳର ଫୁଟେଜ ଦେଖିବାକୁ ପାଇଥିଲା ପୋଲିସ । ଘଟଣାରେ ମୋଟ 4 ଜଣ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିଲା । ଗାଡିର ରେଜିଷ୍ଟ୍ରେସନ ନକୁଡ ସହାରନପୁର ନିବାସୀ ଆଶିଷ କୁମାରଙ୍କ ନାଁରେ ହୋଇଥିବା ଜଣାପଡିଥିଲା । ଏହାପରେ ପୋଲିସ ଟିମ ଆଶିଷ କୁମାରଙ୍କ ଘର ପହଞ୍ଚିଥିଲା । ହେଲେ ଆଶିଷ କୁମାର ଫେରାର ହୋଇଯାଇଥିଲା। ଫୋନ ନମ୍ୱର ମଧ୍ୟ ସ୍ୱିଇଚ ଅଫ ରହିଥିଲା । ଏହାପରେ ବି ପୋଲିସ ଖୋଜାଖୋଜି ଜାରି ରଖିଥିଲା । ଲଗାତର ପ୍ରୟାସ କରି ପୋଲିସ ଆଶିଷ, ସେନୁ ଓ ସୁମିତ କୁମାରଙ୍କୁ ଗିରଫ କରିଥିଲା । ହେଲେ ଅଭିଷେକ ସେନି ଏବେବି ଫେରାର ରହିଛି ।