ମୁମ୍ବାଇ:ବଲିଉଡ ତାରକା ସଲମାନ ଖାନଙ୍କୁ ଦିଆଯାଇଥିବା ହତ୍ୟା ଧମକପୂର୍ଣ୍ଣ ଚିଠି ଏକ ପବ୍ଲିସିଟି ଷ୍ଟଣ୍ଟ । ଜେଲରେ ବନ୍ଦ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏପରି କରାଯାଇଥିବା ମୁମ୍ବାଇ ପୋଲିସ ଆଜି ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ବର୍ତ୍ତମାନ କାନାଡାରେ ଥିବା ଲରେନ୍ସର ସହଯୋଗୀ ବିକ୍ରମ ବାରଦାର ନିର୍ଦ୍ଦେଶରେ ଏହି ଧମକ ଦିଆଯାଇଥିଲା ।
ପୋଲିସର ସୂଚନାନୁସାରେ, ତିନି ଜଣ ଅପରାଧୀ ଧମକପୂର୍ଣ୍ଣ ଚିଠି ପଠାଇବା ପାଇଁ ମୁମ୍ବାଇ ଆସିଥିଲେ । ସେମାନେ ସିଦ୍ଧୁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ସୁଟର ସୌରଭ ମହାକାଲକୁ ମଧ୍ୟ ଭେଟିଥିଲେ । ମହାକାଲକୁ ଆଜି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପଚରାଉଚରା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।