ଡେରାଡୁନ:ବିପଦ ସଙ୍କୁଳ ଅବସ୍ଥାରେ ଉତ୍ତରାଖଣ୍ଡ ଯୋଶୀମଠ । ଯୋଶୀମଠ ମାଟି ଦବିବାକୁ ନେଇ ଚିନ୍ତରେ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ଚମୋଲି ଜିଲ୍ଲାର ଯୋଶୀମଠ ସହର ଆଜି ବିପଦରେ ଥିବା ପରି ମନେହୁଏ, କିନ୍ତୁ ଯୋଶୀମଠ ଉପରେ ବିପଦର ପୂର୍ବାନୁମାନ ୧୯୭୬ ମସିହାରେ କରାଯାଇଥିଲା । କେବଳ ଏତିକି ନୁହେଁ, ଏହା ପରେ ମଧ୍ୟ ୨୦୦୧ ମସିହାରେ, ଏହା ସହ ଜଡିତ ଏକ ରିପୋର୍ଟ ଯୋଶୀମଠ ଉପରେ ବିପଦ ସଙ୍କେତ ଦେଇଥିଲା । ତେବେ ଯୋଶୀମଠ ସହରରେ ଭୂମି-ଦବିବା ଏବଂ ଭୂସ୍ଖଳନ ପଛରେ ଅନେକ କାରଣ ରହିଛି ।
ଏମସି ମିଶ୍ରଙ୍କ ରିପୋର୍ଟ: ଯୋଶୀମଠ ସହରର ପ୍ରାୟ ୫୬୪ ଘର ଏବଂ ହୋଟେଲରେ ଫାଟ ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂସ୍ଖଳନ ହେତୁ ପରିସ୍ଥିତି ଦିନକୁ ଦିନ ବିପଜ୍ଜନକ ହୋଇପଡିଛି। ଘର ଏବଂ ରାସ୍ତାରେ ଥିବା ଖାଲଗୁଡ଼ିକ ବ୍ୟାପକ ହେବାରେ ଲାଗିଛି । ଧିରେ ଧିରେ ସେଠକାର ମାଟି ତଳକୁ ଦବୁଥିବା ବେଳେ, ୬ଶହରୁ ଉର୍ଦ୍ଧ୍ବ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ ମଧ୍ୟ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯୋଶୀମଠରେ ମାଟି ଦବିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା ଏମସି ମିଶ୍ରଙ୍କ ରିପୋର୍ଟରେ ଦିଆଯାଇଥିଲା । ଯାହା ୧୯୭୬ ମସିହାରେ ତତ୍କାଳୀନ ଗଡ଼ୱାଲ୍ କମିଶନର ଏମସି ମିଶ୍ରଙ୍କ ନେତୃତ୍ୱରେ ଏକ ୧୮ ଜଣିଆ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।
ରିପୋର୍ଟରେ ଉପରେ ବିପଦ ବିଷୟରେ ଉଲ୍ଲେଖ: ଭୂସ୍ଖଳନରୁ କିପରି ରକ୍ଷା ପାଇପାରିବେ,ଏହି ରିପୋର୍ଟରେ ଇଲ୍ଲେଖ କରାଯାଇଥିଲା । ଯୋଶୀମଠ ସହରରେ ବୃକ୍ଷରୋପଣ ଦ୍ବାରା ଏହି ବିପତ୍ତି ଟଳିପାରେ ବୋଲି ଉଲ୍ଲେଖ ଥିଲା । ତେବେ ଏହା ପରେ ମଧ୍ୟ କିଛି ଅନୁସନ୍ଧାନକାରୀ ସେମାନଙ୍କ ରିପୋର୍ଟରେ ଯୋଶୀମଠ ସହର ଉପରେ ଆସୁଥିବା ବିପଦ ବିଷୟରେ ଉଲ୍ଲେଖ କରିଛନ୍ତି । 2001 ମସିହାରେ MPS ବାଷ୍ଟ ଏବଂ ପିୟୁସ ରୁଟେଆଲ (Piyush Rautela) ମଧ୍ୟ ଏକ ସମାନ ଗବେଷଣା ପତ୍ର ଦାଖଲ କରିଥିଲେ | ଏହି ଅନୁସନ୍ଧାନ ରିପୋର୍ଟରେ ରିପୋର୍ଟରେ କେନ୍ଦ୍ରୀୟ ହିମାଳୟରେ ଥିବା ବିଷୟରେ ଲେଖାଯାଇଥିଲା ।
MCT ଜୋନରେ ଯୋଶୀମଠ: ୧୯୩୬ ମସିହାରେ ମଧ୍ୟ ହେମ ଏବଂ ଗଣନର(Heim and Gansser) ହିମାଳୟ ଅଞ୍ଚଳରେ ଏକ ଅଭିଯାନ କରିଥିଲେ, ଯେଉଁଥିରେ ସେମାନେ ହେଲଙ୍ଗ ଠାରୁ ୯୦୦ ମିଟର ଦୂରରେ MCT ଅର୍ଥାତ୍ ମେନ୍ ସେଣ୍ଟ୍ରାଲ୍ ଥ୍ରଷ୍ଟକୁ ଚିହ୍ନିତ କରିଥିଲେ । ଏହା ବ୍ୟତୀତ ତାପୋଭାନରେ ଦ୍ୱିତୀୟ ମୁଖ୍ୟ କେନ୍ଦ୍ରୀୟ ଗତି ବିଷୟରେ ଆଲୋଚନା କରିଥିଲେ ।