ଓଡିଶା

odisha

ETV Bharat / bharat

ମୁମ୍ବାଇର ତିନି ସ୍ଥାନରେ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା - ମୁମ୍ବାଇରେ ବିସ୍ଫୋରଣ ଧମକ

ମୁମ୍ବାଇର ତିନି ସ୍ଥାନରେ ବିସ୍ଫୋରଣ ଧମକ । ଅଜଣା ନମ୍ବରରୁ ଆସିଛି ଧମକପୂର୍ଣ୍ଣ କଲ । ବଢିଲା ସୁରକ୍ଷା ବ୍ୟବସ୍ଥା । କଲ ଡିଟେଲ୍ସ ଠାବ କରିବାରେ ଲାଗିଛି ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇର ତିନିଟି ସ୍ଥାନରେ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
ମୁମ୍ବାଇର ତିନିଟି ସ୍ଥାନରେ ବିସ୍ଫୋରଣ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା

By

Published : Oct 19, 2022, 10:04 PM IST

ମୁମ୍ବାଇ: ପୁଣି ମାୟାନଗରୀ ମୁମ୍ବାଇରେ ବିସ୍ଫୋରଣ ଧମକ । ସହରର 3 ପ୍ରମୁଖ ସ୍ଥାନରେ ବିସ୍ଫୋରଣ ଘଟଇବା ନେଇ ଧମକପୂର୍ଣ୍ଣ କଲ ମିଳିବା ପରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଏକ ଅଜଣା ନମ୍ବରରୁ ପୋଲିସ ନିକଟକୁ ଏହି ଧମକପୂର୍ଣ୍ଣ କଲ ଆସିଛି । ସହରର 3 ବ୍ୟସ୍ତବହୁଳ ସ୍ଥାନ ମଲ, ଜୁହୁ ପିଭିଆର ଓ ସାହାରା ହୋଟେଲରେ ବୋମା ବିସ୍ଫୋରଣ କରାଯିବା ନେଇ କଲରେ ଧମକ ମିଳିଥିଲା । ତେବେ କଲଟି କେଉଁଠୁ ଆସିଛି ତାହା ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

ଏହି ଅଜଣା ନମ୍ବରକୁ ଚିହ୍ନଟ କରାଯିବା ନେଇ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ମୁମ୍ବାଇ ପୋଲିସର ସାଇବର ସେଲ କଲ ଆସିଥିବା ନମ୍ବର ସମ୍ପର୍କରେ ତଥ୍ୟ ଏକାଠି କରିବାରେ ଲାଗିଛି । ଅନ୍ୟପଟେ ଧମକ ମିଳିବା ପରେ ପୋଲିସ ଆଗୁଆ ପଦକ୍ଷେପ ମଧ୍ୟ ଗ୍ରହଣ କରିଛି । ସମ୍ଭାବ୍ୟ ଆକ୍ରମଣ ତାଲିକାରେ ଥିବା 3 ସ୍ଥାନ ସହ ସହରର ପ୍ରମୁଖ ତଥା ବ୍ୟସ୍ତବହୁଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । କୌଣସି ସନ୍ଦେହଜନକ ଗତିିବିଧି ଉପରେ ନଜର ରଖିବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା କରିଛି ପୋଲିସ । ତଦନ୍ତ ଜାରି ରହିଛି ଓ ଖୁବଶୀଘ୍ର ଏହି କଲ କେଉଁଠାରୁ ଆସିଥିଲା ତାହା ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

26/11 ଆକ୍ରମଣ ପରେ ମହାନଗରୀ ମୁମ୍ବାଇର ସୁରକ୍ଷା ନେଇ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଆକ୍ରମଣ ଭାରତ ଇତିହାସର ସବୁଠୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ପାକିସ୍ତାନୀ ଆତଙ୍କବାଦୀ ଜଳପଥରେ ମୁମ୍ବାଇରେ ପ୍ରବେଶ କରିବା ସହ ତାଜ ହୋଟେଲ, ନରିମାନ ହାଉସ ସମେତ ଏକାଧିକ ସ୍ଥାନରେ ଏକକାଳୀନ ଆକ୍ରମଣ କରିଥିଲେ । ଏଥିରେ ସାଧାରଣ ନାଗରିକ ଓ ପୋଲିସ କର୍ମୀଙ୍କୁ ମିଶାଇ ପ୍ରାୟ 2ଶହଜଣଙ୍କ ପ୍ରାଣହାନୀ ଘଟିଥିଲା । ସମସ୍ତ ଆତଙ୍କୀ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବେଳେ ଜଣେ ମାତ୍ର ଆତଙ୍କୀ ଜୀବନ୍ତ ଧରା ପଡିଥିଲା । ପରେ ବହୁ ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ତାକୁ ଫାଶୀ ଦିଆଯାଇଥିଲା । ଏହି ଘଟଣା ପରେ ମୁମ୍ବାଇର ସୁରକ୍ଷା ନେଇ ସବୁବେଳେ ପ୍ରାଥମିକତା ଦିଆଯାଇ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details