ଓଡିଶା

odisha

By

Published : May 2, 2022, 11:39 AM IST

ETV Bharat / bharat

Lakhimpur Kheri Violence: ଆସନ୍ତା 5ରେ ନ୍ୟାୟ ପାଇଁ ଆନ୍ଦୋଳନ କରିବେ ଚାଷୀ

ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାରେ ଆସନ୍ତା ୫ ତାରିଖ ମୃତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆନ୍ଦୋଳନ କରିବେ ଭାରତୀୟ କିଷାନ ୟୁନିୟନର ହଜାର ହଜାର ଚାଷୀ । ଅଧିକ ପଢନ୍ତୁ

Lakhimpur Kheri Violence: ନ୍ୟାୟ ଦାବିରେ ଆସନ୍ତା ୫ରେ ଆନ୍ଦୋଳନ କରିବେ ଚାଷୀ
Lakhimpur Kheri Violence: ନ୍ୟାୟ ଦାବିରେ ଆସନ୍ତା ୫ରେ ଆନ୍ଦୋଳନ କରିବେ ଚାଷୀ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ନ୍ୟାୟ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇବେ ଚାଷୀ । ଆସନ୍ତା ୫ ତାରିଖ ମୃତ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉତ୍ତରପ୍ରଦେଶରେ ଆନ୍ଦୋଳନ କରିବେ ଭାରତୀୟ କିଷାନ ୟୁନିୟନର ହଜାର ହଜାର ଚାଷୀ । ଏହି ଆନ୍ଦୋଳନରେ ୪ଟି ରାଜ୍ୟର ଚାଷୀ ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିସାନ ୟୁନିଅନର ସାଧାରଣ ସମ୍ପାଦକ ହରିନ୍ଦର ସିଂ ଲାଖୋୱାଲ ଘୋଷଣା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ:-Lakhimpur Kheri violence: ବେଲ ଖାରଜ ପରେ ଆତ୍ମସମର୍ପଣ କଲେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

୨୦୨୧ ଅକ୍ଟୋବର ୩ରେ ଲଖିମପୁର ଖେରୀରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡି ଚକା ତଳେ ଦବି ୪ ଜଣ ଚାଷୀଙ୍କ ସମେତ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ପ୍ରାଣ ମଧ୍ୟ ଯାଇଥିଲା ।

ଏହି ମାମଲାର ଶୁଣାଣୀ ପରେ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଥିଲା । ଏହା ପରେ ଫେବୃଆରୀରେ ଜାମିନ ପ୍ରଦାନ କରାଯାଇଥିଲା । ଏହାପରେ ଏପ୍ରିଲରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଜାମିନ ନାମଞ୍ଜୁର କରିଥିଲେ । ଏପ୍ରିଲ ୨୪ରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଆଶିଷ ମିଶ୍ରା ।

ABOUT THE AUTHOR

...view details