ଓଡିଶା

odisha

ରାଜସ୍ଥାନରେ ଓଡିଆ ସନ୍ଥଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେ ଶତାଧିକ ଭକ୍ତ

ବାଲେଶ୍ବରରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ ସନ୍ଥ ଯୋଗାନନ୍ଦଙ୍କ ଅନ୍ତିମ ସଂସ୍କାରରେ ରାଜସ୍ଥାନରେ ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Dec 30, 2021, 3:43 PM IST

Published : Dec 30, 2021, 3:43 PM IST

ରାଜସ୍ଥାନରେ ଓଡ଼ିଆ ସନ୍ଥଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେ ଶତାଧିକ ଭକ୍ତ
ରାଜସ୍ଥାନରେ ଓଡ଼ିଆ ସନ୍ଥଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେ ଶତାଧିକ ଭକ୍ତ

ଜୟପୁର:ରାଜସ୍ଥାନରେ ଓଡ଼ିଆ ସନ୍ଥଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ହଜାର ହଜାର ଭକ୍ତ । ପିତମଦାସ ମନ୍ଦିର ନିକଟ ଆଶ୍ରମରେ ବାବା ଶ୍ରୀ ଶ୍ରୀ ଯୋଗାନନ୍ଦ ସରସ୍ବତୀଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ତେବେ ପୈତୃକ ସ୍ଥାନ ଓଡ଼ିଶାରେ ମଙ୍ଗଳବାର ଅପରାହ୍ନରେ ସନ୍ଥଙ୍କ ଦେହାନ୍ତ ଘଟିଥିଲା । ତାଙ୍କ ପାର୍ଥୀବ ଶରୀରକୁ ରାଜସ୍ଥାନ ସ୍ଥିତ ପିତମଦାସ ମନ୍ଦିରର ଆଶ୍ରମକୁ ଗୁରୁବାର ଆଣିବା ବେଳେ ଅନେକ ଭକ୍ତ ଅନ୍ତିମ ଦର୍ଶନ ପାଇଁ ସାମିଲ ହୋଇଥିଲେ ।

ରାଜସ୍ଥାନରେ ଓଡ଼ିଆ ସନ୍ଥଙ୍କ ଅନ୍ତିମ ସଂସ୍କାର, ସାମିଲ ହେଲେ ଶତାଧିକ ଭକ୍ତ

ସନ୍ଥ ଯୋଗାନନ୍ଦଙ୍କୁ ଆଶ୍ରମର ଗୋଶାଳାରେ ଭୂ-ସମାଧି ଦିଆଯିବ ବୋଲି ଜଣାପଡ଼ିଛି । ଗୁରୁବାର ସକାଳ ପ୍ରାୟ ୯ଟାରେ ପାର୍ଥୀବ ଶରୀରକୁ ସହର ପରିକ୍ରମା କରାଯାଇଥିଲା । ବାବାଙ୍କ ପାର୍ଥୀବ ଶରୀରକୁ ଲକ୍ଷ୍ମଣ ମନ୍ଦିର ନିକଟରୁ ଲୋହାମଣ୍ଡି, ନୂଆ ସଡ଼କ, ଗଣେଣ ମନ୍ଦିର ଆଦି ରାସ୍ତା ଦେଇ ପୁଣି ମନ୍ଦିର ନିକଟକୁ ଅଣାଯାଇଥିଲା । ଏଥିଲାଗି ସମସ୍ତ ବଜାରକୁ ବନ୍ଦ ରଖାଯାଇଥିଲା । ଅନ୍ତିମ ଦର୍ଶନ ପରେ ବାବାଙ୍କ ପାର୍ଥୀବ ଶରୀରକୁ ସନ୍ନ୍ୟାସୀ ପରମ୍ପରା ଅନୁସାରେ ସମସ୍ତ ବିଧି ସହିତ ଭୂ-ସମାଧି ଦିଆଯାଇଥିଲା । ତେବେ ତାଙ୍କର ଦେହାନ୍ତ ପରେ ଉତ୍ତରାଧିକାରୀ ମହନ୍ତ ରାମାନନ୍ଦ ସରସ୍ବତୀ (ରାମୁ ବାବା) ଆଶ୍ରମରେ ଗାଦିରେ ବସିଥିବା ଜଣାପଡ଼ିଛି ।

ତେବେ ସୂଚନା ଥାଉ କି ବାଲେଶ୍ବରଠାରେ ସନ୍ଥୁ ଯୋଗାନନ୍ଦ ଜନ୍ମଗ୍ରହଣ କରିଥିଲେ । ବୁଧବାର ବାଲେଶ୍ବରରେ ତାଙ୍କର ଦେହାନ୍ତ ପରେ ପାର୍ଥୀବ ଶରୀରକୁ ରାଜସ୍ଥାନ ନିଆଯାଇଥିଲା । ସେଠାରେ ସେ ଓଡ଼ିଆ ବାବା ନାଁରେ ଜଣାଶୁଣା ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details