ହାଇଦ୍ରାବାଦ:ଉତ୍ତରାଖଣ୍ଡ ହଲଦଓ୍ବାନୀରେ ଜାରି ରହିଥିବା ରେଳବାଇ ଅଧିକୃତ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଖପ୍ପା ହେଲେ ସର୍ବୋଚ୍ଚ କୋର୍ଟ । ବିନା ଥଇଥାନରେ ସ୍ଥାନୀୟ ପ୍ରାଶାନସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇବା ରାତାରାତି ହଜାର ହଜାର ଲୋକଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହାସହ ଉଚ୍ଛେଦ ଅଭିଯାନରେ ମଧ୍ୟ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ (Eviction in Uttarakhand Haldwani)।
ହଲଦଓ୍ବାନୀର ବାନଫୁଲପୁରାର ରେଳବାଇ ଜମିରେ ଦୀର୍ଘ ବର୍ଷ ଧରି ରହିଥିବା ବସ୍ତି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ତେବେ ହାଇକୋର୍ଟରୁ ନିର୍ଦ୍ଦେଶ ପାଇବା ପରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ବିନା ଥଇଥାନରେ ହଜାର ହଜାର ଲୋକଙ୍କୁ ହଠାତ ଉଚ୍ଛେଦ କରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହ ପ୍ରଶାସନ ବିରୋଧରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ପରେ ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା (Eviction in Uttarakhand Haldwani)।
ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୟ କିଷାନ କୌଲ, ଅଭୟ ଏସ.ଓକାଙ୍କ ଖଣ୍ଡପୀଠରେ ହୋଇଥିଲା । ଏହି ମାମଲାରେ ଖଣ୍ଡପୀଠ ରାତି ଅଧିଆ ବିନା ଥଇଥାନରେ ପ୍ରାୟ 50 ହଜାର ବସ୍ତି ବାସିନ୍ଦାଙ୍କୁ ହଠାତ ଉଚ୍ଛେଦ କରିବା ଘଟଣାରେ ଉଦବେଗ ପ୍ରକାଶ କରିବା ସହ ରେଳବାଇ ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସେହିପରି ଏହି ଉଚ୍ଛେଦ ଅଭିଯାନ ଉପରେ ମଧ୍ୟ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି ।