ଓଡିଶା

odisha

'ରାମ ମନ୍ଦିର ବିରୋଧୀ ହେଉଛନ୍ତି ରାବଣ ଦଳ, କଂଗ୍ରେସ କୁମ୍ଭକର୍ଣ୍ଣ'

By

Published : Feb 20, 2021, 6:34 PM IST

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିରୋଧୀକାରୀଙ୍କୁ ରାବଣ ପାର୍ଟିର କୁହାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା । ଅଧିକ ପଢନ୍ତୁ...

'ରାମ ମନ୍ଦିର ବିରୋଧୀ ହେଉଛନ୍ତି ରାବଣ ଦଳ, କଂଗ୍ରେସ କୁମ୍ଭକର୍ଣ୍ଣ'
'ରାମ ମନ୍ଦିର ବିରୋଧୀ ହେଉଛନ୍ତି ରାବଣ ଦଳ, କଂଗ୍ରେସ କୁମ୍ଭକର୍ଣ୍ଣ'

ବେଙ୍ଗାଲୁରୁ:ଯେଉଁମାନେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିବେ, ସେମାନଙ୍କୁ ରାବଣ ପାର୍ଟି କୁହାଯିବ । ଏହି ପ୍ରସଙ୍ଗରେ କଂଗ୍ରେସ ଦଳ କୁମ୍ଭକର୍ଣ୍ଣ ସଦୃଶ ଅଟନ୍ତି ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ।

କଂଗ୍ରେସ ଦ୍ବାରା କୌଣସି କାର୍ଯ୍ୟ ହେଉନାହିଁ । ଏଣୁ ଏସବୁ ପ୍ରସଙ୍ଗ ବୁଝି କଂଗ୍ରେସକୁ ନିଜ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି କେନ୍ଦ୍ରମନ୍ତ୍ରୀ ସମାଲୋଚନା ପୂର୍ବକ କହିଛନ୍ତି । ବିଜେପି ସଫଳତାର ସହ ସୁପ୍ରିମକୋର୍ଟରେ ରାମ ମନ୍ଦିର ନିର୍ମାଣ ନେଇ ଲଢେଇ କରିବା ସହ ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଦେଶର କୌଣସି ସ୍ଥାନରେ ବି ଷ୍ଟୋନ ପ୍ଲେଟିଙ୍ଗ ନାହିଁ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଭଲ ଭାବେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏଣୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିରୋଧୀ ଦଳମାନେ ବିଜେପିକୁ ସହଯୋଗ କରି ଭଗବାନ ରାମଚନ୍ଦ୍ରଙ୍କ ଆର୍ଶିବାଦ ଲାଭ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ଏପରିକି ଆରଏସଏସ ହେଉଛି ସବୁଠୁ ବଡ ସଙ୍ଗଠନ, ଯାହା ଦେଶର ଆଦର୍ଶ ଓ ଚିନ୍ତାଧାରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ କରୁଛି । ଅନ୍ୟ କୌଣସି ହାତରେ କ୍ଷମତା ରହିଥିଲେ ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାନ୍ତା ବୋଲି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details