ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ନେତାଙ୍କ ବିବାଦୀୟ ବୟାନ, କ୍ଷମତାରେ ଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଖିଲାପକାରୀଙ୍କ ଉପରେ ଗୁଳି ଚଳାଇଥାନ୍ତି - କର୍ଣ୍ଣାଟକରେ ଲାଉଡ ସ୍ପିକର ବିବାଦ

କର୍ଣ୍ଣାଟକରେ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁତାଲିକଙ୍କ ବିବାଦୀୟ ବୟାନ । କ୍ଷମତାରେ ଥିଲେ ଲାଉଡସ୍ପିକର ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମାନୁନଥିବା ବ୍ୟକ୍ତିଙ୍କ ଉପରେ ଚଳାଇଥାନ୍ତେ ଗୁଳି । ଅଧିକ ପଢନ୍ତୁ

ଲାଉଡ ସ୍ପିକର ପ୍ରସଙ୍ଗରେ କର୍ଣ୍ଣାଟକ ନେତାଙ୍କ ବିବାଦୀୟ ବୟାନ, କ୍ଷମତାରେ ଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଖିଲାପକାରୀଙ୍କ ଉପରେ ଗୁଳି ଚଳାଇଥାନ୍ତି
ଲାଉଡ ସ୍ପିକର ପ୍ରସଙ୍ଗରେ କର୍ଣ୍ଣାଟକ ନେତାଙ୍କ ବିବାଦୀୟ ବୟାନ, କ୍ଷମତାରେ ଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଖିଲାପକାରୀଙ୍କ ଉପରେ ଗୁଳି ଚଳାଇଥାନ୍ତି

By

Published : Jun 2, 2022, 10:56 PM IST

ବେଙ୍ଗାଲୁରୁ:ଲାଉଡସ୍ପିକର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁତାଲିକ । ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ମାମଲାରେ ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଯେଉଁମାନେ ପାଳନ କରୁନାହାନ୍ତି, ସେ କ୍ଷମତାରେ ଥିଲେ ସେମାନଙ୍କ ଉପରେ ଗୁଳି ଚଳାଇଥାନ୍ତେ ବୋଲି କହିଛନ୍ତି ପ୍ରମୋଦ । ଆଜି ହୁବଳିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଅବସରରେ ପ୍ରମୋଦ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କରି ପ୍ରମୋଦ କହିଥିଲେ , ‘‘ଯଦି ସରକାର ଚଳାଇବାକୁ ତମେ ଅକ୍ଷମ, ତେବେ କ୍ଷମତା ମତେ ଦିଅ । କିପରି ସରକାର ଚଳାଇବାକୁ ହୁଏ ତାହା ଶିଖାଇଦେବି’’ । ସେ କ୍ଷମତାରେ ଥିଲେ ଯେଉଁମାନେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ପାଳନ କରୁନାହାନ୍ତି, ସେମାନଙ୍କୁ ଗୁଳି ଚଳାଇଥାନ୍ତେ ବୋଲି ମଧ୍ୟ କହିବାକୁ ପଛାଇନଥିଲେ । ତେବେ ଏପରି ବିବାଦୀୟ ତଥା ହିଂସାସୃଷ୍ଟିକାରୀ ମନ୍ତବ୍ୟ ପ୍ରକାଶ ପାଇବା ପରେ ବିିଭିନ୍ନ ଆଡୁ ତାଙ୍କୁ ସମାଲୋଚନା କରାଯାଇଛି । କିଛି ସ୍ଥାନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ଉଠିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details