ମୁମ୍ବାଇ: ନିଆରା ଢଙ୍ଗରେ ସରପଞ୍ଚ ପଦ ଗ୍ରହଣ କଲେ ମହାରାଷ୍ଟ୍ରର ଅହମ୍ମଦନଗର ସଙ୍ଗମେନ ତାଲୁକା ଅଞ୍ଚଳର ନବନିର୍ବାଚିତ ସରପଞ୍ଚ । ଶପଥ ନେବାକୁ ନୂଆ ସରପଞ୍ଚ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ମିଳିଥିବା ସୂଚନା ମୁତାବକ ନବନିର୍ବାଚିତ ସରପଞ୍ଚଙ୍କୁ ସ୍ବାଗତ କରିବାକୁ ଗ୍ରାମବାସୀ ସ୍ବତନ୍ତ୍ର ଆୟୋଜନ କରିଥିଲେ । ତେବେ ନିର୍ବାଚିତ ସରପଞ୍ଚ ହେଉଛନ୍ତି ଆମ୍ବିଡୁମାଲାର ଜଲିନ୍ଦର ନାଗରେ ।
ଶପଥ ଗ୍ରହଣ ସମାରୋହ ସଙ୍ଗମେନର ଅଂଚଳର ଅମ୍ବି ଦୁମାଲା ଗାଁରେ ଅନୁଷ୍ଠିତ ହୋଇଥିଲା । ଏହି ଗାଁର ଯୁବ ଉଦ୍ୟୋଗୀ ଜଲିନ୍ଦର ଗଗାରେ ପୁନେରେ ରୁହନ୍ତି । ଏକାଧିକ କମ୍ପାନୀ ପ୍ରତିଷ୍ଠା କରିଥିବା ଜଲିନ୍ଦର ବହୁ ସଂଖ୍ୟାରେ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି । ବ୍ୟବସାୟ ପାଇଁ ପୁନେରେ ରହୁଥିଲେ ହେଁ ନିଜ ଗାଁ ସହ ସବୁବେଳେ ସମ୍ପର୍କରେ ରୁହନ୍ତି । ଆଉ ଗାଁର ବିକାଶ କରିବାକୁ ଜଲିନ୍ଦର ଗାଁର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ସରପଞ୍ଚ ପ୍ରାର୍ଥୀ ଭାବେ ଜଲିନ୍ଦର ଏକୁଟିଆ ହିଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।