ଓଡିଶା

odisha

ETV Bharat / bharat

ପାକିସ୍ତାନରୁ ଆସିଛି ଭଗବାନ ନୃସିଂହଙ୍କ ଏହି ମୁଖା, ଜାଣନ୍ତୁ କିଭଳି .. - This mask of Lord Narasimha came from Pakistan

ଭଗବାନ ନୃସିଂହ । ଆଉ ଯେଉଁ ସ୍ଥାନରେ ଭଗବାନ ନୃସିଂହ ପୃଥିବୀରେ ଅବତାର ନେଇଥିଲେ ତାହା ଥିଲା ମୁଲତାନ । ଚାଲନ୍ତୁ ଜାଣିବା ସେହି ସ୍ଥାନ ଓ ତା ସହ ଜଡିତ କିଛି ଲୋକଗାଥା ସମ୍ପର୍କରେ ..

ପାକିସ୍ତାନରୁ ଆସିଛି ଭଗବାନ  ନୃସିଂହଙ୍କ ଏହି  ମୁଖା, ଜାଣନ୍ତୁ କିଭଳି ..
ପାକିସ୍ତାନରୁ ଆସିଛି ଭଗବାନ ନୃସିଂହଙ୍କ ଏହି ମୁଖା, ଜାଣନ୍ତୁ କିଭଳି ..

By

Published : Jun 11, 2021, 8:35 PM IST

ବିକାନେର: ରାକ୍ଷସ ହିରଣ୍ୟକଶ୍ୟପର ବିନାଶ ପାଇଁ ନୃସିଂହ ଅବତାର ଧାରଣ କରିଥିଲେ ଭଗବାନ ବିଷ୍ଣୁ । ରାଜସ୍ଥାନର ବିକାନେରରେ ମଧ୍ୟ ଭଗବାନ ନୃସିଂହଙ୍କ ପାଞ୍ଚରୁ 6 ମନ୍ଦିର ରହିଛି । ହେଲେ ଏଥିରୁ ସବୁଠୁ ପୁରୁଣା ଓ ସ୍ବତନ୍ତ୍ର ଲଖୋଟିଆ ଚୌକ ସ୍ଥିତ ମନ୍ଦିର ।

ପାକିସ୍ତାନରୁ ଆସିଛି ଭଗବାନ ନୃସିଂହଙ୍କ ଏହି ମୁଖା, ଜାଣନ୍ତୁ କିଭଳି ..

ଏହି ମନ୍ଦିର ପ୍ରାୟ 500 ବର୍ଷରୁ ଅଧିକ ପୁରୁଣା । ଏପରିକି ଦାବି ହୁଏ କି ବିକାନେର ସ୍ଥାପନା ପୂର୍ବରୁ ଏହି ମନ୍ଦିର ଗଢାଯାଇଥିଲା । ତେବେ ଏ ନେଇ କୌଣସି ଦୃଢ ସାକ୍ଷୀ ନାହିଁ । କିଛି ଦସ୍ତାବିଜ ରହିଛି ଯାହା ଆଧାରରେ 1575ରେ ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଇଥିଲା । ପୁରାତନ ବିକାନେର ସହରର ଯେଉଁ ଭିତରିଆ ଅଞ୍ଚଳରେ ଏହି ମନ୍ଦିର ଅବସ୍ଥିତ ପୂର୍ବରୁ ସେଠାରେ ଏକ ଜଳଭଣ୍ଡାର ଥିଲା । ଏଠାରେ ନାଗା ସାଧୁଙ୍କ ପୂଜା କରାଯାଉଥିଲା । ନାଗା ସାଧୁଙ୍କ ଦ୍ବାରା ନୃସିଂହ ଭଗବାନଙ୍କ ପୂଜା କରାଯାଉଥିଲା ।

କୁହାଯାଏ କି ଯେଉଁ ସ୍ଥାନରେ ଭଗବାନ ନୃସିଂହ ପୃଥିବୀରେ ଅବତାର ନେଇଥିଲେ ତାହା ମୁଲତାନ ଥିଲା । ବର୍ତ୍ତମାନ ମୁଲତାନ ପାକିସ୍ତାନରେ ରହିଛି । ଏହା ମଧ୍ୟ କୁହାଯାଏ କି, ମୁଲତାନରେ ପ୍ରଭୁ ନୃସିଂହଙ୍କ ମୁଖା ପିନ୍ଧି, ତାଙ୍କ ରୂପ ଧାରଣ କରି ମଞ୍ଚରେ ଅଭିନୟ କରିଥିବା ବ୍ୟକ୍ତି ..ନୃସିଂହ ଲୀଲା ସମୟରେ ହିରଣ୍ୟକଶ୍ୟପ ଚରିତ୍ରରେ ଥିବା ବ୍ୟକ୍ତିଙ୍କ ବଧ କରିଦେଇଥିଲା । ଏହି ଘଟଣା ଜାଣିବା ପରେ ଏଠାକାର ମହନ୍ତ ଯିଏ କି ବଡ ତପସୀ ଥିଲେ ସେ କହିଲେ ଆମର ଏହି ସ୍ଥାନକୁ ମୁଖା କୁ ପଠାଇଦିଅ । ଏହା ପରେ ଭଗବାନ ନୃସିଂହଙ୍କ ଏହି ମୁଖା ମୁଲତାନରୁ ବିକାନେର ଅଣାଯାଇଥିଲା । ଆଉ ବିଧି ଅନୁସାରେ ପୂଜାର୍ଚ୍ଚନା କରି ଏହାକୁ ମନ୍ଦିରରେ ସ୍ଥାପନା କରିଦିଆଯାଇଥିଲା । ଏହା ପରଠୁ ଏହାକୁ ବହୁତ ରଙ୍ଗ କରାଯାଇଛି । ଏହାକୁ ପିନ୍ଧିଲେ ଏତେ ଜୋଶ ଆସିଯାଏ କି ଘଣ୍ଟାଏ ସମୟ ଦେଲେ ବି 2 ଘଣ୍ଟା ଯାଏଁ ନାଚି ପାରନ୍ତି ବୋଲି କୁହନ୍ତି ଟ୍ରଷ୍ଟି ସଦସ୍ୟ ।

ଭଗବାନ ନୃସିଂହ ଓ ହିରଣ୍ୟକଶ୍ୟପ ଚରିତ୍ରରେ ଯିଏ ମୁଖା ପିନ୍ଧିଥାନ୍ତି, ତାହା ବାକି ମନ୍ଦିରରେ ଅଷ୍ଟଧାତୁ ଓ ଅନ୍ୟ ପ୍ରକାରରେ ତିଆରି ହୋଇଥାଏ । ହେଲେ ଏହି ମନ୍ଦିରରେ ରଖାଯାଇଥିବା ମାସ୍କ 500 ବର୍ଷରୁ ବି ଅଧିକ ପୁରୁଣା । ତାହା ପୁଣି ମୁଲତାନରୁ ଅଣାଯାଇଛି । ଅନ୍ୟ ଜଣେ ସଦସ୍ୟ କହିଛନ୍ତି କି, ‘‘ କୌଣସି ପ୍ରକାର ଅନ୍ୟ ଧାତୁ ଏଥିରେ ନାହିଁ । କେବଳ ମାଟି ଓ କାଗଜ ଆଦିରେ ଏହାକୁ ପ୍ରସ୍ତୁତ କରାଯାଇଛି । ସବୁଠୁ ବଡ ବିଶେଷତ୍ବ କି ଏହି ମୁଖା ବହୁତ ହାଲୁକା । ଏଣୁ ଯିଏ ବି ନୃସିଂହ କିମ୍ବା ହିରଣ୍ୟକଶ୍ୟପ ଚରିତ୍ର ନିଭାଇଥାନ୍ତି ସେମାନଙ୍କୁ ଏହି ମୁଖା ଦ୍ବାରା କୌଣସି ସମସ୍ୟା ହୋଇନଥାଏ । ଏହା ଏଭଳି ପଦାର୍ଥରେ ତିଆରି କି ଗରମରେ ବୋହୁଥିବା ଝାଳକୁ ଶୁଖାଇଦିଏ । ’’

ବିକାନେରରେ ପ୍ରତି ବର୍ଷ ନୃସିଂହ ଚତୁର୍ଦ୍ଦଶୀ ଦିନ ନୃସିଂହ ଅବତାର ଓ ହିରଣ୍ୟକଶ୍ୟପ ବଦ୍ଧ ଦେଖିବାକୁ ବଡ ସଂଖ୍ୟାରେ ଭିଡ ଜମିଥାଏ । ଆଜି ଯାଏଁ ଏହି ମୁଖା ହିଁ କାମରେ ଆସୁଛି । ଆଜି ବି ଯଦିଏ ଆପଣ ଏହି ମୁଖା ଦେଖିବେ , ତେବେ ସେହି ଚମକ ରହିଛି ଯାହା ଆରମ୍ଭ ସମୟରେ ରହିଥିଲା । ଏଠାରେ ମେଳା ବି ଲାଗିଥାଏ । ଗତ 500 ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି । ଯେବେ ନୃସିଂହଙ୍କ ମେଳା ଆସିଥାଏ , ସେତେବେଳେ ଏହି ମୁଖାକୁ କାଢି କିଛିଟା ମରାମତି କରି ଏହାକୁ ବ୍ୟବହାର କରାଯାଏ ।

ମନ୍ଦିରରେ ସୁନା ଖୋଦନ ଏବଂ ଚିତ୍ରକଳା ବାସ୍ତବରେ ଆଚମ୍ବିତ- ଚକିତ କରିଦେଉଛି । ନାଗା ସାଧୁ ଏହି ମନ୍ଦିରର ସ୍ଥାପନା କରିଥିଲେ । ଧୀରେ ଧୀରେ ମନ୍ଦିରକୁ ଭବ୍ୟ ରୂପ ଦେବାକୁ ଆଗକୁ ଆସିଲେ । ଏବେ ମନ୍ଦିର ସମ୍ପୁର୍ଣ୍ଣ ରୂପ ପ୍ରସ୍ତୁତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details