ଭୋପାଲ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 13 ମୃତ୍ୟୁ । ଅଟୋ ଉପରେ ଚଢିଗଲା ବସ । ଏ ଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ବାଲିଅରରେ ।
ଗ୍ବାଲିଅରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଅଟୋ ଉପରେ ଚଢିଗଲା ବସ, 13 ମୃତ - ଗ୍ବାଲିଅରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ମଧ୍ୟପ୍ରଦେଶ ଗ୍ବାଲିଅରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଉପରେ ଚଢିଗଲା ବସ । ଘଟଣାସ୍ଥଳରେ 13 ଜଣ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...
ଗ୍ବାଲିଅରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଅଟୋ ଉପରେ ଚଢିଗଲା ବସ, 13 ମୃତ
ମଙ୍ଗଳବାର ସକାଳେ ଗ୍ବାଲିଅରର ପୁରାନୀ ଛାୱନୀ ଅଞ୍ଚଳରେ ଏକ ଅଟୋରେ 13 ଜଣ ଯାତ୍ରା କରୁଥିଲେ । ଏହି ସମୟରେ ହଠାତ ଏକ ବସ ସହିତ ଅଟୋର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଏ ଭଳି ଥିଲା ଯେ ଅଟୋ ଉପରେ ଚଢିଯାଇଥିଲା ବସ । ତେବେ ଘଟଣାସ୍ଥଳରେ 13 ଜଣ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାରେ 12 ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଅଟୋ ଡ୍ରାଇଭର ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ