ଓଡିଶା

odisha

ETV Bharat / bharat

ତୃତୀୟ ଲହରୀରେ ଶିଶୁ ହେବେନି ଅଧିକ ଆକ୍ରାନ୍ତ: WHO - Third wave

କୋରୋନାରେ ତୃତୀୟ ଲହରୀରେ ଶିଶୁ ଅଧିକ ଆକ୍ରାନ୍ତ ହେବେ ନାହିଁ ବୋଲି WHO ଓ AIIMS କହିଛି । ଅଧିକ ପଢନ୍ତୁ...

ତୃତୀୟ ଲହରୀରେ ଶିଶୁଙ୍କୁ ହେବେନି ଅଧିକ ଆକ୍ରାନ୍ତ: WHO
ତୃତୀୟ ଲହରୀରେ ଶିଶୁଙ୍କୁ ହେବେନି ଅଧିକ ଆକ୍ରାନ୍ତ: WHO

By

Published : Jun 17, 2021, 9:50 PM IST

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କୋରୋନା ମହାମାରୀର ଦ୍ବିତୀୟ ଲହରୀ ଜାରି ରହିଛି । ପ୍ରଥମ ଲହରୀ ଅପେକ୍ଷା ଦ୍ବିତୀୟ ଲହରୀ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ଏହାରି ମଧ୍ୟରେ ତୃତୀୟ ଲହରୀକୁ ନେଇ ଆସିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଓ AIIMS ଦିଲ୍ଲୀ ବଡ ବୟାନ ଦେଇଛନ୍ତି । 3ୟ ଲହରୀ ଯୁବପିଢିଙ୍କ ଅପେକ୍ଷା ଶିଶୁଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ବହୁତ କମ ବୋଲି ଗବେଷଣାରୁ ଜଣାପଡିଛି ।

କୋରୋନାର ଦ୍ବିତୀୟ ଲହରୀ ସମୟରେ ଯୁବପିଢିଙ୍କ ଅପେକ୍ଷା ଶିଶୁଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ସେରୋ ସର୍ଭେରୁ ଜଣାପଡିଛି । 5ଟି ରାଜ୍ୟର 10 ହଜାର ନମୁନାକୁ ନେଇ ଏହି ସର୍ଭେ ହୋଇଥିଲା । ଦ୍ବିତୀୟ ଲହର ପୂର୍ବରୁ ଦକ୍ଷିଣାଞ୍ଚଳ ଦିଲ୍ଲୀରେ ହୋଇଥିବା ସର୍ଭେରେ 18 ବର୍ଷରୁ କମ ବୟସ୍କଙ୍କ ମଧ୍ୟରେ 73.9 ପ୍ରତିଶତ ଆଣ୍ଟିବଡି ତିଆରି ହୋଇଥିବା ବେଳେ ଚଳିତ ଥର ହୋଇଥିବା ସେରୋ ସର୍ଭେର 74.7 ପ୍ରତିଶତ ଆଣ୍ଟିବଡି ତିଆରି ହୋଇଛି ।

ଦ୍ବିତୀୟ ଲହର ପରେ ଶିଶୁଙ୍କ ଶରୀରରେ ଅଧିକ ଆଣ୍ଟିବଡି ତିଆରି ହୋଇଛି । ଏହି ଆଣ୍ଟିବଡି ତୃତୀୟ ଲହରୀରୁ ଶିଶୁଙ୍କୁ ରକ୍ଷା କରିବ ବୋଲି ଦିଲ୍ଲୀ AIIMSର ମେଡିସିନ ପ୍ରଫେସର ଡକ୍ଟର ପୁନିତ ମିଶ୍ର କହିଛନ୍ତି । ଦିଲ୍ଲୀର ଗୋରଖପୁର ଗ୍ରାମାଞ୍ଚଳରେ 2ରୁ 18 ବର୍ଷ ବୟସ୍କଙ୍କ ମଧ୍ୟରେ 87.9 ପ୍ରତିଶତ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସମ୍ଭାବ୍ୟ ତୃତୀୟ ଲହର ଆରମ୍ଭରୁ ଶିଶୁଙ୍କ ଶରୀରରେ ଅଧିକ ଆଣ୍ଟିବଡି ତିଆରି ହୋଇସାରିଥିବାରୁ ସେମାନେ କୋରୋନାରେ ଆକ୍ରାନ୍ତ ହେବାର ସମ୍ଭାବନା କମ ରହିଛି ।

@ANI

ABOUT THE AUTHOR

...view details