ହାଇଦ୍ରାବାଦ:ଅଗଷ୍ଟ 5 2019 ଏକ ଐତିହାସିକ ଦିନ । ଏହି ଦିନ ଜମ୍ମୁର ବିକାଶ ବିଶ୍ବାସର ଯାତ୍ରା ଆରମ୍ଭ ହୋଇଥିଲା । କଶ୍ମୀରରୁ କନ୍ୟାକୁମାରୀ ଏକ ହୋଇଥିଲା । ବୃହତ ଐତିହାସିକ ନିଷ୍ପତ୍ତି ନେଇ ବିଜେପି ସରକାର ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା 370ର ଉଚ୍ଛେଦ କରାଯାଇଥିଲା । ଅଗଷ୍ଟ 4 ମଧ୍ୟରାତ୍ରିରେ ପ୍ଲାନ ହେଲା 370 ଉଚ୍ଛେଦ ମିଶନ । ଆଉ ରାତି ପାହିଲା ପରେ ରଦ୍ଦ ହୋଇଥିଲା ଧାରା 370 । ଆଜି ଏହି ଐତିହାସିକ ଦିନକୁ 3 ବର୍ଷ ପୂରଣ ହୋଇଛି । ଅଗଷ୍ଟ 5 2019ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଧାରା 370 ଏବଂ 35A ରଦ୍ଦ ପାଇଁ ବିଲ୍ ଉପସ୍ଥାପନ କରିଥିଲେ ଏବଂ ଏହାକୁ ରଦ୍ଦ କରିଥିଲେ ଯାହା ସଂସଦର ଅଧିକାଂଶ ସଦସ୍ୟଙ୍କ ଦ୍ବାରା ଅନୁମୋଦିତ ହୋଇଥିଲା।
ଧାରା 370 ହଟିବା ପରେ ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ 4ରେ ଘାଟିରେ ନେତୃତ୍ବ ରାଜନୈତିକ ଦଳର ସମସ୍ତ ନେତାଙ୍କୁ ଅଟକ ରଖାଯାଇଥିଲା । 7 ମାସ ଯାଏଁ କଶ୍ମୀରରେ କର୍ଫ୍ୟୁ ଲାଗି ଯାଇଥିଲା । ଫୋନ ଓ ଇଣ୍ଟରନେଟ ସେବା ବନ୍ଦ ହୋଇଥିଲା । ସୁରକ୍ଷା ବ୍ୟବସ୍ଥା କଡାକଡି ସହ ସୁରକ୍ଷାବଳ ମୁତୟନ ହୋଇଥିଲେ । ଧାରା 370 ରଦ୍ଦ ହେବା ସହିତ ଜାମ୍ମୁ କଶ୍ମୀରର ସମ୍ବିଧାନ ମଧ୍ୟ ରଦ୍ଦ କରାଯାଇଥିଲା ଏବଂ ଜାମ୍ମୁ କଶ୍ମୀରେ ପୁନର୍ଗଠନ ଆଇନ ଲାଗୁ କରାଯାଇଥିଲା ।ବିଧାନସଭା କାର୍ଯ୍ୟକାଳ 6 ବର୍ଷ ପରିବର୍ତ୍ତେ ରହିବ 5 ବର୍ଷ ହୋଇଥିଲା । ଏଠାରେ ଏଲଜି ପ୍ରଶାସନ ଶାସନ ବ୍ୟବସ୍ଥା ଚଳାଉଛି ।
ଧାରା 370 ଉଚ୍ଛେଦକୁ 3 ବର୍ଷ ପୂରଣ ଅବସରରେ, ପିପୁଲ୍ସ କନଫରେନ୍ସ କହିଛି, ‘‘ଏହା ସବୁବେଳେ ଜମ୍ମୁ କାଶ୍ମୀର ଇତିହାସର ଏକ କଳାଦିନ ହୋଇ ରହିବ । ଏହି ଦିନଟି ସବୁବେଳେ କାଶ୍ମୀରବାସୀଙ୍କ ଅସହଯୋଗ ଦିନ ଭାବେ ମନେ ରହିବ ।’’ ଏହାଛଡା ଅନ୍ୟ ଜାତୀୟ ରାଜନୈତିକ ଦଳ ଯେପରି ଜାତୀୟ ସମ୍ମିଳନୀ ପିଡିପି, କଂଗ୍ରେସ ଏବଂ ଅପନି ପାର୍ଟି ଏ ଯାଏଁ ପ୍ରତିକ୍ରିୟା ଦେଇ ନାହାନ୍ତି । ଅଗଷ୍ଟ 5 2019 ପରେ କେନ୍ଦ୍ର ସରକାର ଏଠାରେ ବିଚ୍ଛିନ୍ନତାବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିମ୍ବା ସେମାନଙ୍କ ନେତା ଓ କର୍ମୀଙ୍କୁ କାରାଗାରରେ ରଖିଛନ୍ତି ।