ଓଡିଶା

odisha

ETV Bharat / bharat

Delhi: କଂକ୍ରିଟ ଛାତ କାଟି ଜୁଏଲାରୀ ଶୋ’ ରୁମରୁ 25 କୋଟିର ଗହଣା ଲୁଟିନେଲେ ଦୁର୍ବୃତ୍ତ

ଦିଲ୍ଲୀରେ କଂକ୍ରିଟ ଛାତ ଓ କାନ୍ଥ କାଟି ଜୁଏଲାରୀ ଶୋ’ ରୁମରୁ 25 କୋଟିର ଗହଣା ଲୁଟିନେଲେ ଦୁର୍ବୃତ୍ତ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 26, 2023, 8:23 PM IST

Delhi: କଂକ୍ରିଟ ଛାତ କାଟି ଜୁଏଲାରୀ ଶୋ’ ରୁମରୁ 25 କୋଟିର ଗହଣା ଲୁଟିନେଲେ ଦୁର୍ବୃତ୍ତ
Delhi: କଂକ୍ରିଟ ଛାତ କାଟି ଜୁଏଲାରୀ ଶୋ’ ରୁମରୁ 25 କୋଟିର ଗହଣା ଲୁଟିନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ହଜରତ ନିଜାମୁଦ୍ଦିନ ପୋଲିସ ଷ୍ଟେସନ ଅଞ୍ଚଳର ଜଙ୍ଗପୁରା ଅଞ୍ଚଳରେ ଥିବା ଏକ ଗହଣା ଶୋ’ରୁମକୁ ବ୍ୟାପକ ଗହଣା ଚୋରି ହୋଇଛି । ଗତକାଲି (ସୋମବାର) ରାତିରେ ଦୁର୍ବୃତ୍ତମାନେ ଶୋ’ ରୁମର କଂକ୍ରିଟ ଛାତ ଓ କାନ୍ଥ ଭାଙ୍ଗି ସୁନା ଗହଣା ଓ ଟଙ୍କା ନେଇଯାଇଛନ୍ତି । ଶୋ’ରୁମର କାନ୍ଥ ଓ କଂକ୍ରିଟ୍‌ ଛାତକୁ ଡ୍ରିଲ କିମ୍ବା ଅନ୍ୟ କୌଣସି ମେସିନରେ ଭଙ୍ଗା ଯାଇଛି । ଭିତରେ ଲାଗିଥିବା ସିସିଟିଭିକୁ ଭାଙ୍ଗିବା ପରେ ଦୁର୍ବୃତ୍ତମାନେ ଚୋରି କରି ଫେରାର ହୋଇଯାଇଛନ୍ତି । ଚୋରି ଗହଣା ସମେତ ପ୍ରାୟ 7 ରୁ 8 ଲକ୍ଷ ଟଙ୍କାର ନଗଦ ଟଙ୍କା ମିଶାଇ ପ୍ରାୟ 25 କୋଟି ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଶୋ’ ରୁମ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ଗତକାଲି ରାତିରେ ଏହି ଚୋରି ହୋଇଥିବା ବେଳେ ଆଜି ସକାଳେ ଶୋ’ ରୁମ ମାଲିକ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ । ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶୋ’ ରୁମର ସମସ୍ତ କର୍ମଚାରୀଙ୍କୁ ମଧ୍ଯ ଜେରା ପାଇଁ ପୋଲିସ ଡାକିଛି । ଶୋ’ ରୁମ ଭିତରେ ଲାଗିଥିବା ସମସ୍ତ ସିସିଟିଭି ଅଚଳ କରିଦେଇଛନ୍ତି ଦୁର୍ବୃତ୍ତ । ଶୋ’ରୁମର ଆଖପାଖ ସିସିଟିଭି ଯାଞ୍ଚ କରାଯାଉଛି । ଫୁଟେଜ ସଂଗ୍ରହ ପରେ କେତେ ସଂଖ୍ୟକ ଦୁର୍ବୃତ୍ତ ଏଥିରେ ସମ୍ପୃକ୍ତ ସେନେଇ ପୋଲିସ ସ୍ପଷ୍ଟ କରିବ । ସେହିପରି ଚୋରି ସାମଗ୍ରୀର ପରିମାଣ ସମ୍ପର୍କରେ ପୋଲିସ କିଛି କହିନଥିବା ବେଳେ ଶୋ’ ରୁମ ମାଲିକଙ୍କ ଅଭିଯୋଗ ଅନୁସାରେ, ସୁନା ଗହଣା ଓ ନଗଦ ଟଙ୍କାକୁ ମିଶାଇ ଏହି ରାଶି ପ୍ରାୟ 25 କୋଟି ପାଖାପାଖି ହେବ ।

ଦୋକାନ ମାଲିକ କହିଛନ୍ତି, ‘‘ଆମେ ରବିବାର ରାତିରେ ଶୋ’ ରୁମ ବନ୍ଦ କରି ଯାଇଥିଲୁ । ଆଜି (ମଙ୍ଗଳବାର) ସକାଳେ ଶୋ’ ରୁମ ଖୋଲିବା ପରେ ଦୋକାନରେ ଧୂଳି ଦେଖିବାକୁ ମିଳିଥିଲା । ପରେ ଆମେ ଜାଣିବାକୁ ପାଇଲୁ ଯେ କାନ୍ଥ ଓ ଛାତ କାଟି ଚୋରି ହୋଇଛି । ଗହଣା ଓ ଟଙ୍କା ମିଶାଇ 20-25 କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଛି । ଚୋରମାନେ ଶୋ’ ରୁମରେ ଲାଗିଥିବା ସବୁ ସିସିଟିଭି କ୍ୟାମେରାକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି । ପୋଲିସରେ ଅଭିଯୋଗ କରିଛୁ ।’’

ଏହା ମଧ୍ୟ ପଢନ୍ତୁ :- କିଡନୀ ତସ୍କରୀ ପାଇଁ 2 ବର୍ଷୀୟ ଶିଶୁକୁ ଅପହରଣ ପରେ ହତ୍ୟା ! 2 ଗିରଫ

ସ୍ଥାନୀୟ ଅଞ୍ଚଳରେ କ୍ରମାଗତ ଏପରି ଚୋରି ସମ୍ପର୍କରେ ଜୁଏଲର୍ସ ଆସୋସିଏସନ ମଧ୍ୟ ଖୁବଶିଘ୍ର ପୋଲିସ କମିଶନରଙ୍କୁ ଭେଟିବାକୁ ଯାଉଛି । ଅଭିଯୋଗ ହେବା ପରେ ପୋଲିସ ପ୍ରାଥମିକ ତଦନ୍ତ କରିଛି । ଦକ୍ଷିଣ-ପୂର୍ବ ଜିଲ୍ଲା ଡିସିପି ରାଜେଶ ଦେବ କହିଛନ୍ତି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ବୈଷୟିକ ସାହାଯ୍ୟ ମଧ୍ୟ ନିଆଯାଉଛି । ରିପୋର୍ଟ ଆସିବା ପରେ ଯାହା କିଛି ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details