ଜୟପୁର:ଅନ୍ଧାର ସୁଯୋଗ ନେଇ ହସ୍ପିଟାଲର ଅକ୍ସିଜେନ ପାଇପ କାଟି ଦେଲେ ଚୋର । ବଡ ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଗଲା 20 ଶିଶୁଙ୍କ ଜୀବନ । ରାଜସ୍ଥାନର ଗୀତାନନ୍ଦ ଶିଶୁ ହସ୍ପିଟାଲରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରୁ ଚୋର ମାନେ ଚମ୍ପଟ ମାରିଥିବା ଜଣାପଡିଛି । ସମସ୍ତ ଶିଶୁ ସୁରକ୍ଷିତ ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଘଟଣା ଟି ଥିଲା ଏମିତି: ଗୀତାନନ୍ଦ ଶିଶୁ ହସ୍ପିଟାଲରେ ପ୍ରାୟ 20 ନବଜାତ ଶିଶୁ FBNC ୱାର୍ଡରେ ଅମ୍ଳଜାନ ସହାୟତାରେ ଥିଲେ । ଏହି ସମୟରେ କିଛି ଚୋର ହସ୍ପିଟାଲ ପଛ ପଟେ ଅନ୍ଧାରର ସୁଯୋଗ ନେଇ ଚୋରି କରିବା ଉଦ୍ଦେଶ୍ୟର ଅକ୍ସିଜେନ ପାଇପ କାଟି ଦେଇଥିଲେ । ଏହାପରେ ହଠାତ ଅକ୍ସିଜେନ ବନ୍ଦ ହୋଇଯିବାରୁ ହସ୍ପିଟାଲ୍ରେ ଶିଶୁଙ୍କ ନିଶ୍ବାସପ୍ରଶ୍ବାସ ନେବାରେ ବାଧା ସୃଷ୍ଟି ହୋଇଥିଲା । ଏହା ଜଣାପଡିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଚୋରି କରିବାକୁ ଆସିଥିବା ଚୋର ଫେରାର ହେବାକୁ ଚେଷ୍ଟା କରିଥିଲେ ।
ଚୋରମାନେ ହସ୍ପିଚାଲରୁ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଚୋରଙ୍କୁ ରୋଗୀଙ୍କ ସମ୍ପର୍କୀୟ ଧରି ପକାଇଥିଲେ । ଏହାପରେ ଉଭୟଙ୍କୁ ପୋଲିସର ଜିମା ଦେଇଥିଲେ । ତେବେ ଏପରି ଘଟଣା ପରେ ହସ୍ପିଚଟାଲ ପରିସରରେ ରଖାଯାଇଥିବା 10ଟି ଅକ୍ସିଜେନ ସିଲିଣ୍ଡର FBNC ୱାର୍ଡକୁ ନିଆଯାଇଥିଲା । ରାତ୍ରି ସମୟରେ ହସ୍ପିଟାଲ ପକ୍ଷରୁ କଟାଯାଇଥିବା ସିଲିଣ୍ଡର ପାଇପକୁ ମରାମତି କରାଯାଇଥିଲା । ପରମୁହୁର୍ତ୍ତରେ ଆଇସିୟୁରେ ଅକ୍ସିଜେନ ଯୋଗାଣ କରାଯାଇଥିଲା । ତେବେ ଯେଉଁ ଦୁର୍ବତ୍ତ ମାନେ ବର୍ତ୍ତମାନ ଫେରାର ଅଛନ୍ତି ସେମାନଙ୍କୁ ଏବେ ପୋଲିସ ଖୋଜୁଛି ।
ପୂର୍ବରୁ ମଧ୍ୟ ଅନେକ ଥର ହସ୍ପିଟାଲରେ ଚୋରି ହୋଇଛି: ଏନେଇ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀ କହିଛନ୍ତି ଯେ, "ପୂର୍ବରୁ ଚୋରମାନେ ଅନେକ ଥର ଡାକ୍ତରଖାନାର ବିଦ୍ୟୁତ ତାର, ଅକ୍ସିଜେନ ପାଇପ ଚୋରି କରିବାକୁ ଚେଷ୍ଟା କରିଥିଲେ । ଅନେକ ସମସୟରେ ଏପରି ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଗୀତାନନ୍ଦ ଶିଶୁ ହସ୍ପିଟାଲରେ ଥିବା FBNC ଓ୍ବାର୍ଡ ହେଉଛି ଶିଶୁ ଆଇସିୟୁ । ଏଠାରେ ଅସୁସ୍ଥ ଥିବା ଶିଶୁଙ୍କୁ ଅକ୍ସିଜେନ ସାହାଯ୍ୟରେ ରଖାଯାଇଥାଏ । ଯଦି ଏଠାରେ ଅକ୍ସିଜେନ ବନ୍ଦ ହୋଇଯାଏ ତେବେ ବଡ଼ ଅଘଟଣ ଘଟିବାର ସମ୍ଭାବନା ରହିଛି ।"
ଏହି ଘଟଣାରେ ଦୁଇ ଚୋରଙ୍କୁ ପୋଲିସ ଧରିଥିବା ବେଳେ ପଚରାଉଚରା କରୁଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ହସ୍ତଗତ ହୋଇଛି । ଦୁଇ ଚୋରଙ୍କୁ ସ୍ଥାନୀୟ ଲୋକେ ମାଡମାରିବା ସହ ପୋଲିସକୁ ଜମି ଦେଇଥିଲେ । ତଦନ୍ତ ପରେ କେତେ ଜଣ ଚୋର ଚୋରିବାକୁ ଆସିଥିଲେ ତାହା ସ୍ପଷ୍ଟ ହେବ ।