ଓଡିଶା

odisha

ETV Bharat / bharat

ସ୍ମାର୍ଟ ଚୋର ! ଜେସିବିରେ ଏଟିଏମ ତାଡ଼ି ଲୁଟ୍ ଉଦ୍ୟମ - ଜେସିବିରେ ଏଟିଏମ ତାଡ଼ି ଲୁଟ୍ ଉଦ୍ୟମ

ଏଟିଏମ ଚୋରି କରିବାର ନୂଆ ତରିକା । ସିଧା ଜେସିବି ଆଣି ଏଟିଏମ ମେସିନ ତାଡିଲା ଚୋର । ଜାଣନ୍ତୁ କେଉଁଠି

ଜେସିବିରେ ଏଟିଏମ ତାଡ଼ି ଲୁଟ୍ ଉଦ୍ୟମ
ଜେସିବିରେ ଏଟିଏମ ତାଡ଼ି ଲୁଟ୍ ଉଦ୍ୟମ

By

Published : Jul 27, 2023, 1:53 PM IST

ବେଙ୍ଗାଲୁରୁ: ଆପଣ ଅନେକ ATM ଚୋରି ଘଟଣା ଜାଣିଥିବେ । କେତେବେଳେ ଚୋର ଲୁହା ରଡରେ ଏଟିଏମ ଭାଙ୍ଗି ଟଙ୍କା ଲୁଟ୍ କରେ ତ କେବେ ଇଲେକ୍ଟ୍ରି କଟରରେ କାଟିବାର ଘଟଣା ସାମ୍ନାକୁ ଆସେ । ହେଲେ ଚୋର ଜେସିବି ନେଇ ATM ତାଡିବା କଥା କେବେ ଶୁଣିଛନ୍ତି କି ? କର୍ଣ୍ଣାଟକ ଶିବମୋଗାରେ ଜଣେ ସ୍ମାର୍ଟ ଚୋରର ଏଭଳି ଅଜବ କାରନାମା ଦେଖିବାକୁ ମିଳିଛି । ଚୋରଟି ପ୍ରଥମେ ଜେସିବି ଚୋରି କରିଥିଲା । ପରେ ଏହା ସାହାଯ୍ୟରେ ଏଟିଏମ ମେସିନ ତାଡି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲା । କିନ୍ତୁ ଠିକ ଏତିକି ବେଳେ ପୋଲିସ ସେଠାରେ ପହଞ୍ଚି ଯିବାରୁ ଜେସିବି ଛାଡି ଦେଇ ଛୁ' ମାରିଥିଲା ଚୋର ।

ଘଟଣାଟି ଶିବମୋଗା ଜିଲ୍ଲା ବିନୋବା ନଗର ଅଞ୍ଚଳର । ଗତ ମଙ୍ଗଳବାର ରାତିରେ ବିନୋବା ନଗର ଶିବ ମନ୍ଦିର ସାମ୍ନାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟ୍ କରିବାକୁ ଚୋର ପହଞ୍ଚିଥିଲା । ଚୋର ଜଣକ ସିଧା ଜେସିବି ନେଇ ଏଟିଏମର ସାମ୍ନା କାଚ ଭାଙ୍ଗିଥିଲା । ଏହାପରେ ATM ମେସିନ ତାଡିବାକୁ ଚେଷ୍ଟା କରିଥିଲା । କିନ୍ତୁ ମେସିନଟି ତଳରୁ ଉଠିନଥିଲା । ସେହି ଅଞ୍ଚଳରେ ବିନୋବା ନଗର ପୋଲିସ ପାଟ୍ରୋଲିଂ କରୁଥିଲା । ପୋଲିସକୁ ଶିବ ମନ୍ଦିର ଆଡକୁ ଆସୁଥିବାର ଦେଖି ଜେସିବି ଛାଡି ଦେଇ ଚୋର ଫେରାର୍ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Hi-tech Beggar: ଚର୍ଚ୍ଚାରେ ବାବୁରାମଙ୍କ ରିକ୍ସା, କୌଣସି ଆଲିସାନ ବଙ୍ଗଳାଠୁ କମ ନୁହେଁ

ଏହାମଧ୍ୟ ପଢନ୍ତୁ: Noida: କାଗଜ ଡଙ୍ଗା ପରି ପାଣିରେ ଭାସୁଛି ଶହ ଶହ କାର, ଦେଖନ୍ତୁ ଭିଡିଓ

ଏନେଇ ପୋଲିସ କହିଛି ଯେ, ଏଟିଏମ ପାଖ ପେଟ୍ରୋଲ ପମ୍ପ ନିକଟରେ ଜେସିବିଟି ସବୁଦିନ ପାର୍କିଂ ହୋଇଥାଏ । ଚୋର ଏହି ଜେସିବିକୁ ଚୋରେଇ ଆଣି ଏଟିଏମରୁ ଟଙ୍କା ଲୁଟିବାକୁ ଆସିଥିଲା । କିନ୍ତୁ ପୋଲିସ ପହଞ୍ଚିବାରୁ ତା'ର ସବୁ ଯୋଜନା ପଣ୍ଡ ହୋଇଯାଇଥିଲା ।

ପୋଲିସ ଜେସିବିକୁ ଜବତ କରି ବିନୋବା ନଗର ଥାନାକୁ ଆଣିଛି । ଏନେଇ ଏକ ମାମଲା ରୁଜୁ କରି ଚୋରକୁ ଧରିବାକୁ ଖୋଜାଖୋଜି କରୁଛି । ତେବେ ଚୋର ଜଣକ ଏଟିଏମ ଭିତରକୁ ଯାଇ ନଥିବାରୁ ସିସିଟିଭିରେ ସେ କଏଦ ହୋଇନାହିଁ । ତେଣୁ ତାକୁ ଚିହ୍ନଟ କରି ଧରିବା କଷ୍ଟକର ହେବ । ବର୍ତ୍ତମାନ ଆଖପାଖ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇ ତାକୁ ଧରିବାକୁ ଚେଷ୍ଟା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details