ଓଡିଶା

odisha

ETV Bharat / bharat

Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

ରିସେପନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା (Ankita Bhandari Murder case) । କ୍ରମାଗତ ଭାବେ ଗୋଟିଏ ପରେ ହେଉଛି ଗୋଟିଏ ଖୁଲାସା । ଅଙ୍କିତାଙ୍କ ପାଟିରେ କପଡ଼ା ଭର୍ତ୍ତି କରି ତାଙ୍କୁ ଅଭିଯୁକ୍ତ କେନାଲକୁ ଫିଙ୍ଗି ଦେଇଥିବା ନେଇ SIT ସମ୍ମୁଖରେ କହିଛନ୍ତି ଉକ୍ତ ରିସର୍ଟରେ କାମ କରୁଥିବା କର୍ମଚାରୀ ତଥା ସାକ୍ଷୀ ଅନୁଜ । ଅଧିକ ପଢନ୍ତୁ

Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା
Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

By

Published : Oct 1, 2022, 6:00 PM IST

Updated : Oct 1, 2022, 6:30 PM IST

ଡେରାଡୁନ(ଉତ୍ତରାଖଣ୍ଡ):ଉତ୍ତରାଖଣ୍ଡ ରିସେପସନିଷ୍ଟ ଅଙ୍କିତା ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଦୁର୍ବୃତ୍ତମାନେ ଅଙ୍କିତାଙ୍କ ମୁହଁରେ କପଡ଼ା ଭର୍ତ୍ତି କରି କେନାଲରେ ଫିଙ୍ଗି ଦେଇଥିବା ସାକ୍ଷୀ ଅନୁଜ (ଛଦ୍ମନାମ) କହିଛନ୍ତି । ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)କୁ ଏହି ସୂଚନା ଦେଇଛନ୍ତି ଅନୁଜ । ଋଷିକେଶରେ ଅଙ୍କିତା କାମ କରୁଥିବା ରିସର୍ଟରେ ଅନୁଜ ମଧ୍ୟ କାମ କରୁଥିଲେ ।

ଅନୁଜଙ୍କ ଅଭିଯୋଗ ଅନୁସାରେ ଅଙ୍କିତାର ହତ୍ୟା ଘଟଣା ଦିନ ରିସର୍ଟରେ ମୁଖ୍ୟ ଅଭିଯୁକ୍ତ ତଥା ରିସର୍ଟର ମାଲିକ ପୁଲକିତ ଆର୍ଯ୍ୟ, ରିସର୍ଟର ମ୍ୟାନେଜର ସୌରଭ ଭାସ୍କର, ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତା ରିସର୍ଟ ଥିଲେ । ଅନୁଜଙ୍କ କହିବାନୁସାରେ ଯେତେବେଳେ ପୁଲକିତ ଅଙ୍କିତାଙ୍କ ମୁହଁରେ କପଡା ଭର୍ତ୍ତି କରିବାକୁ ଉଦ୍ୟମ କରିଥିଲେ ସେତେବେଳେ ଅଙ୍କିତା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ପୁଲକିତ ଅଙ୍କିତାଙ୍କ ମୁହଁ କପଡ଼ାରେ ବନ୍ଦ କରିବା ପରେ ତାଙ୍କୁ ଏକ କୋଠରୀକୁ ନେଇଥିଲେ ବୋଲି ସେ କହିଛନ୍ତି ।

ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା

ଏହା ବି ପଢନ୍ତୁ- Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ପୂର୍ବତନ ରିସୋର୍ଟ ମ୍ୟାନଜେରଙ୍କ ଚାଞ୍ଚଲ୍ୟକର ଖୁଲାସା

ଅନୁଜ କହିଛନ୍ତି, "ମୁଁ ଯେତେବେଳେ ରିସର୍ଟକୁ ଆସିଥିବା ଗେଷ୍ଟଙ୍କ ଲଗେଜ ଉପରକୁ ନେଇ ଯାଉଥିଲି, ସେତେବେଳେ ଅଙ୍କିତାର ଚିତ୍କାର ଶୁଣିଥିଲି । ଅଙ୍କିତା କାନ୍ଦୁଥିବା ମୁଁ ଦେଖିବାକୁ ପାଇଥିଲି । ମାତ୍ର ସାର୍‌ (ପୁଲକିତ) ତା' ପାଟି ବନ୍ଦ କରି ତାକୁ କୋଠରୀ ମଧ୍ୟକୁ ନେଇଯାଇଥିଲେ ।" ଉକ୍ତ ଗେଷ୍ଟ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ ତାଙ୍କ ସମ୍ପର୍କରେ ଜାଣିନାହାନ୍ତି, ସେ ପୁଲକିତଙ୍କୁ ଦେଖା କରି ଚାଲି ଯାଇଥିବା କହିଥିଲେ ।

ଏହାପରେ ଅନୁଜ କହିଛନ୍ତି, "ଯେତେବେଳେ ସେ ବାହeରକୁ କୌଣସି କାମ ପାଇଁ ଯାଇଥିଲେ ସେତେବେଳେ ସେ ଅଙ୍କିତ ସାର୍‌ଙ୍କ (ଅନ୍ୟ ଅଭିଯୁକ୍ତ) ସହିତ ୪ ଜଣ ଗେଷ୍ଟ ଠିଆ ହୋଇଥିବା ଦେଖିବାକୁ ପାଇଥିଲେ । ସେମାନେ ହୃଷ୍ଟପୃଷ୍ଟ ହେବା ସହିତ ଯୁବକ ଥିଲେ । ତେବେ ସେମାନେ ଏକ ବ୍ଲାକ୍‌ କାରରେ ଆସିଥିଲେ ।" ଅଙ୍କିତାଙ୍କୁ ପୂର୍ବରୁ ହଇରାଣ କରାଯାଉଥିଲା କି ନାହିଁ ପ୍ରଶ୍ନରେ ଅନୁଜ କହିଥିଲେ, ଅନେକ ଥର ଅଙ୍କିତା ସହିତ ଖରାପ ବ୍ୟବହାର ମଧ୍ୟ କରାଯାଉଥିଲା ।"

ସୂଚନା ଥାଉ କି, ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିବା ୧୯ ବର୍ଷୀୟ ଯୁବତୀ ଅଙ୍କିତା ପ୍ରଥମେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ରିସର୍ଟ ନିକଟରେ ଥିବା ଏକ କେନାଲରୁ ଉଦ୍ଧାର ହୋଇଥିଲା । ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ପୁଲକିତ ଆର୍ଯ୍ୟକୁ ଗିରଫ କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ନିଜର କିଛି ସହଯୋଗୀଙ୍କ ସହାୟତାରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ଓ ଅଙ୍କିତା ଏହାକୁ ବିରୋଧ କରିବାରୁ ପୁଲକିତ ତାକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଛି । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ସମେତ ମୋଟ ୩ ଜଣ ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

Last Updated : Oct 1, 2022, 6:30 PM IST

ABOUT THE AUTHOR

...view details