ଓଡିଶା

odisha

ETV Bharat / bharat

ସୋସିଆଲ ମିଡିଆରେ ବଢୁଛି ସାଧୁ ସନ୍ଥଙ୍କ କ୍ରେଜ, ଆଗରେ ରାମଦେବ - ବାବ ରାମଦେବଙ୍କ ସୋସିଆଲ ମିଡିଆ ଫଲୋର୍ସ

ଆଜିର ଦିନରେ ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଏହି କ୍ରମରେ ସାଧୁ ସନ୍ଥ ମଧ୍ୟ ନିଜର ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସୋସିଆଲ ମିଡିଆରେ ଆକ୍ଟିଭ ରହିଛନ୍ତି । ସାଧୁମାନେ ମଧ୍ୟ ଆଜିକାଲି ଟେକ୍ନୋଲୋଜି ମାଧ୍ୟମରେ ଭକ୍ତଙ୍କ ସହ ସିଧାସଳଖ ଯୋଡି ହେଉଛନ୍ତି । ଅଧିକ ପଢନ୍ତୁ

ସୋସିଆଲ ମିଡିଆରେ ବଢୁଛି ସାଧୁ ସନ୍ଥଙ୍କ କ୍ରେଜ, ଆଗରେ ରାମଦେବ
ସୋସିଆଲ ମିଡିଆରେ ବଢୁଛି ସାଧୁ ସନ୍ଥଙ୍କ କ୍ରେଜ, ଆଗରେ ରାମଦେବ

By

Published : Jul 8, 2022, 5:24 PM IST

ଡେରାଡୁନ: ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ବେଶ ଚାହିଦା ରହିଛି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ମାତ୍ର କେଇ ସେକେଣ୍ଡରେ ଜଣେ ସାଧାରଣରୁ ଚର୍ଚ୍ଚିତ ଚେହେରା ବନିଯାଉଛନ୍ତି । ସେହିପରି ନିଜ ବିଜନେସକୁ ନେଇ ସୋସିଆଲ ମିଡିଆରେ ଅନେକ ବିଜ୍ଞାପନ ମଧ୍ୟ କରୁଛନ୍ତି । କାହିଁକିନା ଖୁବ କମ ସମୟ ମଧ୍ୟରେ ଏହା ଲୋକଙ୍କ ନିକଟରେ ପହଞ୍ଚି ପାରେ। ତେବେ ନିଜର ଅନୁଗାମୀଙ୍କ ସଂଖ୍ୟା ବଢାଇବାକୁ ଏବେ ସୋସିଆଲ ମିଡିଆରେ ସାଧୁ ସନ୍ଥ ମଧ୍ୟ ବେଶ ଆକ୍ଟିଭ ରହୁଛନ୍ତି । ଧର୍ମବାଣୀ, ଜୀବନର ମୂଲ୍ୟ ବୋଧକୁ ନେଇ ଜ୍ଞାନ ଦେଉଥିବା ସାଧୁ ସନ୍ଥ ଏବେ ଖୁବ କମ ସମୟରେ ଲୋକ ପ୍ରିୟତା ହାସଲ କରିବା ସହ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସୋସିଆଲ ମିଡିଆର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଯଦି ଦେଖାଯାଏ ଏ କ୍ଷେତ୍ରରେ ଯୋଗ ଗୁରୁ ବାବା ରାମ ଦେବ ସବୁଠାରୁ ଆଗରେ ରହିଛନ୍ତି ।

ବାବା ରାମ ଦେବ

ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି । ଯେଉଁଥି ପାଇଁ ସୋସିଆଲ ମିଡିଆରେ ରାମ ଦେବଙ୍କ ଲୋପ୍ରିୟତା ବେଶ ଭଲ ରହିଛି । ସୋସିଆଲ ମିଡିଆରେ ବାବା ରାମଦେବଙ୍କ ଯୋଗ ଭିଡିଓ ଓ ପ୍ରଡକ୍ଟ, ଫଟୋ ଓ ସାଧୁବାଣୀ ଦେଖିବାକୁ ମିଳୁଛି । ଲୋକେ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି । ବାବା ରାମ ଦେବଙ୍କ ଫେସବୁକ ଫଲୋର୍ସଙ୍କ ସଂଖ୍ୟା 11M ରହିଥିବା ବେଳେ ଇନଷ୍ଟାଗ୍ରାମରେ ଫଲୋର୍ସଙ୍କ ସଂଖ୍ୟା 3M ରହିଛି । ସେହିପରି ଟ୍ବିଟରରେ 2.6M ରହିଛି । ସେହିପରି ସୋସିଆଲ ମିଡିଆରେ ଅପଲୋଡ ହେଉଥିବା ଭିଡିଓ ମଧ୍ୟ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । ରାମ ଦେବଙ୍କ ବାଣୀ ଲୋକଙ୍କୁ ପସନ୍ଦ ଆସୁଥିବାରୁ ଦିନକୁ ଦିନ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ଆଚାର୍ଯ୍ୟ ସ୍ବାମୀ କୈଳାଶ ନନ୍ଦ ଗିରି

ବାବା ରାମଦେବଙ୍କ ପରେ ନିରଞ୍ଜନ ଆଖାଡର ଆଚାର୍ଯ୍ୟ ସ୍ବାମୀ କୈଳାଶ ନନ୍ଦ ଗିରି ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି । ତାଙ୍କର ପୂଜାପାଠର ଭିଡିଓଗୁଡିକ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ସେ ଅପଲୋଡ୍ କରୁଛନ୍ତି । ଏଥି ଅନେକ ସମୟରେ ଏହା ସିଧାପ୍ରସାରଣ ମଧ୍ୟ କରାଯାଏ । କୈଳାଶ ନନ୍ଦ ଗିରିଙ୍କ ଫେସବୁକରେ ଫଲୋର୍ସ ସଂଖ୍ୟା88k, ସେହିପରି ଇନଷ୍ଟାଗ୍ରାମରେ 38.6k ଫଲୋର୍ସ ରହିଛନ୍ତି ।

ଚିଦାନନ୍ଦ ମୁନି

ସେହିପରି ଅନ୍ୟ ଜଣେ ସନ୍ୟାସୀ ହେଉଛନ୍ତି ଚିଦାନନ୍ଦ ମୁନି, ଯେକି ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେଲିବ୍ରିଟି ଏବଂ ରାଜନେତାଙ୍କ ସହ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରନ୍ତି । ଏଥିସହ ଅନେକ ଭିଡିଓ ଓ ପ୍ରବଚନର ଲାଇଭ ମଧ୍ୟ କରନ୍ତି । ଚିଦାନନ୍ଦ ମୁନିଙ୍କ ଫେସବକରେ ଫଲୋର୍ସ ସଂଖ୍ୟା 38k ରହିଥିବାବେଳେ ଇନଷ୍ଟାଗ୍ରାମରେ 25.2k ଏବଂ ଟ୍ୱିଟରରେ 13.9k ଫଲୋର୍ସ ରହିଛନ୍ତି ।

ABOUT THE AUTHOR

...view details