ଓଡିଶା

odisha

ETV Bharat / bharat

ମଧ୍ୟ ପ୍ରଦେଶରେ କଂଗ୍ରେସ ତୁଫାନ, ଏଥର 150ରୁ ଅଧିକ ଆସନ: ରାହୁଲ - ବିଧାନସଭା ନିର୍ବାଚନ 2023

ଚଳିତ ନିର୍ବାଚନରେ ମଧ୍ୟ ପ୍ରଦେଶରେ କଂଗ୍ରେସର ତୁଫାନ ହେବା ନେଇ ରାହୁଲଙ୍କ ଦମ୍ଭୋକ୍ତି । 145-150 ଆସନ ଜିତି ସରକାର କରିବାର ଦେଲେ ଗ୍ୟାରେଣ୍ଟି । ଅଧିକ ପଢ଼ନ୍ତୁ

ମଧ୍ୟ ପ୍ରଦେଶରେ ହେବ କଂଗ୍ରେସର ତୁଫାନ, ଏଥର 150 ରୁ ଅଧିକ ଆସନ: ରାହୁଲ
ମଧ୍ୟ ପ୍ରଦେଶରେ ହେବ କଂଗ୍ରେସର ତୁଫାନ, ଏଥର 150 ରୁ ଅଧିକ ଆସନ: ରାହୁଲ

By ETV Bharat Odisha Team

Published : Nov 14, 2023, 6:29 PM IST

ଭୋପାଲ:ମଧ୍ୟ ପ୍ରଦେଶରେ କଂଗ୍ରେସ ପ୍ରଚଣ୍ଡ ବହୁମତ ପାଇବାକୁ ଯାଉଥିବା ଦାବିକୁ ପୁଣି ଥରେ ଦୋହରାଇଛନ୍ତି ରାହୁଲ ଗାନ୍ଧୀ । ଏଥର ରାଜ୍ୟରେ କଂଗ୍ରେସର ତୁଫାନ ଦେଖିବାକୁ ମିଳିବ । ଦଳ 145ରୁ 150 ଆସନରେ ବିଜୟ ହାସଲ କରି କ୍ଷମତାକୁ ଆସିବାକୁ ଯାଉଥିବା ରାହୁଲ କହିଛନ୍ତି । ଆଜି ଭିଦିସାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଶିବରାଜ ସିଂ ଚୌହାନଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ଟାର୍ଗେଟ କରିବା ସହ ରାହୁଲ କହିଛନ୍ତି, ଏଥର କଂଗ୍ରେସକୁ ଶାସନକୁ ଆଣିବାକୁ ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ‘‘ମୁଁ ରାଜ୍ୟର ଏକାଧିକ ସ୍ଥାନ ଗସ୍ତ କରିଛି । ରାଜ୍ୟରେ ଯାହା ସ୍ଥିତି, ମୁଁ ବିଜୟର ପ୍ରତିଶତ ମଧ୍ୟ ସ୍ପଷ୍ଚ ଭାବେ କହିପାରେ । ଆପଣମାନେ ଚାହିଁଲେ, ତାହା ଲେଖିକି ମଧ୍ୟ ରଖିପାରନ୍ତି । ରାଜ୍ୟବାସୀ ଏଥର 145ରୁ 150 ଆସନ କଂଗ୍ରେସକୁ ଦେବାପାଇଁ ପ୍ରସ୍ତୁତ ହୋଇସାରିଛନ୍ତି । 5 ବର୍ଷେ ପୂର୍ବେ ଆପଣ ରାଜ୍ୟପାଇଁ କଂଗ୍ରସ ସରକାରକୁ ନିର୍ବାଚିତ କରିଥିଲେ । ଭାରତୀୟ ଜନତା ପାର୍ଟିକୁ ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର କଂଗ୍ରେସ ବିଧାୟକମାନଙ୍କୁ କିଣି ସରକାରକୁ ଚୋରି କଲେ । କୋଟି କୋଟି ଟଙ୍କାରେ କଂଗ୍ରେସର ବିଧାୟକମାନଙ୍କୁ କିଣାଗଲା । ଆପଣଙ୍କର ଜନାଦେଶ ଓ ନିଷ୍ପତ୍ତିକୁ ବିଜେପି ଦ୍ବାରା ଛଡାଇ ନିଆଗଲା ।’’

ରାହୁଲ ଆହୁରି ମଧ୍ୟ କହିଛନ୍ତି,‘‘ଆମେ ସେମାନଙ୍କୁ କର୍ଣ୍ଣାଟକରେ ପରାଜିତ କଲୁ । ହିମାଚଳ ପ୍ରଦେଶରେ ମଧ୍ୟ ସେମାନଙ୍କୁ କ୍ଷମତାକୁ ବାହାର କଲୁ । ଆମେ ହିଂସାରେ ବିଶ୍ବାସ କରୁନାହୁଁ, କାରଣ ଆମେ ଶାନ୍ତିଦୂତ । ଆମେ ପ୍ରେମର ଦୋକାନ ଖୋଲିଛୁ । ସେମାନଙ୍କୁ ଘୃଣାରେ ନୁହେଁ ବରଂ ପ୍ରେମରେ ମଧ୍ୟ ପ୍ରଦେଶରୁ ମଧ୍ୟ କ୍ଷମତାରୁ ହଟାଇବୁ ।‘‘

ଏହା ମଧ୍ୟ ପଢନ୍ତୁ :- ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୧୬ରୁ ପ୍ରବଳ ବର୍ଷା ସମ୍ଭାବନା

ନଭେମ୍ବର 17 ତାରିଖରେ ମଧ୍ୟ ପ୍ରଦେଶରେ ଗୋଟିଏ ପର୍ଯ୍ୟାରେ ସମସ୍ତ 230 ଆସନରେ ଭୋଟଗ୍ରହଣ ହେବାକୁ ଯାଉଛି । ଏଠାରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିବା ବେଳେ କଂଗ୍ରେସ ମଧ୍ୟ ଭଲ ସ୍ଥିତିରେ ରହିଛି । କ୍ଷମତା ବଜାୟ ରଖିବା ପାଇଁ ବିଜେପି ପ୍ରାଣମୂର୍ଚ୍ଛା ପ୍ରୟାସ କରୁଛି । ବିରୋଧୀ କଂଗ୍ରେସ 2018 ନିର୍ବାଚନର ସଫଳତା ପରି ଜନାଦେଶ ପାଇବାକୁ ଦମ୍ଭୋକ୍ତି ଦେଖାଉଛି । ରାଜନୀତି ସମୀକ୍ଷକଙ୍କ ମତରେ ରାଜ୍ୟରେ ଏକପାଖିଆ ନୁହେଁ ବରଂ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details