ଚେନ୍ନାଇ: ୧୪ ବର୍ଷୀୟ ସ୍ନେହାନଙ୍କ ନୂଆ ରେକର୍ଡ, ନର୍ଦେନ୍ କ୍ୟାନାଲରେ ପହଁରିଲେ ୩୫ କିମି । ସନ୍ତରଣରେ ତାମିଲନାଡ଼ୁ ଥେନି ଜିଲ୍ଲାର ୧୪ ବର୍ଷୀୟ ବାଳକ ନୂଆ ରେକର୍ଡ କାୟମ କରିଛନ୍ତି । ଆୟାର୍ଲ୍ୟାଣ୍ଡ ଓ ସ୍କଟ୍ଲ୍ୟାଣ୍ଡ ମଧ୍ୟରେ ଥିବା ୩୫ କିମି ଉତ୍ତର କ୍ୟାନାଲକୁ ସେ ୧୪ ଘଣ୍ଟା ୩୯ ମିନିଟ୍ରେ ପାର୍ କରିଛନ୍ତି । ଏଥିପାଇଁ ଦୀର୍ଘ ଦିନ ଧରି ତାଲିମ ନେଇ ଆସୁଥିଲେ ।
ସ୍ନେହାନ ନାମକ ଏହି ନାବାଳକ ସ୍ବିମିଂରେ ନାନା ରେକର୍ଡ କରି ଚର୍ଚ୍ଚାରେ ରହିଥିଲେ । କିଛି ବର୍ଷ ପୂର୍ବରୁ ବାଘ କେନାଲ୍ ପାର୍ କରି ରେକର୍ଡ କରିଥିଲେ । ତେବେ ନର୍ଦେନ୍ କ୍ୟାନାଲ ପାର୍ କରିବା ପାଇଁ ସେ ଇଂଲଣ୍ଡର ଡୋନାଘଡି ହାର୍ବରରେ ତାଲିମ ନେଉଥିଲେ । କୋଚ୍ ବିଜୟ କୁମରା ତାଙ୍କୁ ତାଲିମ ଦେଉଥିଲେ ।