ଓଡିଶା

odisha

ETV Bharat / bharat

ମଣିପୁର ଆତଙ୍କୀ ଆକ୍ରମଣ: ପିଏମ କହିଲେ ବଳିଦାନ ଯିବନି ବ୍ୟର୍ଥ, ଦୁଃଖପ୍ରକାଶ କଲେ ନବୀନ - manipur terror attack

ମଣିପୁର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟର୍ଥ ଯିବନି ବଳିଦାନ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବୀନ ମଧ୍ୟ ଜଣାଇଲେ ସମବେଦନା । ଅଧିକ ପଢନ୍ତୁ..

ମଣିପୁର ଆତଙ୍କୀ ଆକ୍ରମଣ: ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବୁଶିଷ୍ଟ ବ୍ଯକ୍ତିବିଶେଷଙ୍କ ଶୋକ
ମଣିପୁର ଆତଙ୍କୀ ଆକ୍ରମଣ: ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବୁଶିଷ୍ଟ ବ୍ଯକ୍ତିବିଶେଷଙ୍କ ଶୋକ

By

Published : Nov 13, 2021, 7:29 PM IST

Updated : Nov 13, 2021, 7:48 PM IST

ନୂଆଦିଲ୍ଲୀ: ମଣିପୁରରେ ଆସାମ ରାଇଫଲର କନଭୟ ଉପରେ ଆତଙ୍କୀ ଆକ୍ରମଣରେ ୫ ଯବାନ ଶହୀଦ ଓ ଅନ୍ୟ ୨ ଜଣ ପ୍ରାଣ ହରାଇବା ଘଟଣାରେ ଶୋକ ପ୍ରକାଶ କରିବା ସହ ଆକ୍ରମଣକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇ ସେମାନଙ୍କ ବଳିଦାନ କେବେ ଭୁଲିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଶହୀଦ କମାଣ୍ଡିଂ ଅଧିକାରୀ ବିପ୍ଳବ ତ୍ରିପାଠୀ, ପ୍ରାଣ ହରାଇଥିବା ତାଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷୀୟ ପୁଅ

ସେହିପରି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହା ଭୀରୁତାପୂର୍ଣ୍ଣ କାର୍ଯ୍ୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ । ଏହି ଆକ୍ରମଣରେ ଦେଶ ଦୁଇ ସାଧାରଣ ନାଗରିକଙ୍କ ସମେତ 5 ସାହସୀ ଯବାନଙ୍କୁ ହରାଇଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଖୁବଶୀଘ୍ର ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଶହୀଦ ଯବାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇବା ସହ ଆହତ ଯବାନଙ୍କ ଆଶୁଆରୋଗ୍ୟ ପାଇଁ ପ୍ରାର୍ଥନା କରି ଟ୍ବିଟ କରିଛନ୍ତି ନବୀନ ।

ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥୋମ୍ବମ୍ ବିରେନ୍ ସିଂ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିବା ସହ ଏହା ଏକ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି । ସେହିପରି ଏଥିପାଇଁ କଡା ଯବାବ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଆକ୍ରମଣରେ ଆସାମ ରାଇଫଲ ୟୁନିଟର କମାଣ୍ଡିଂ ଅଫିସରଙ୍କ ସମେତ ମୋଟ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଆକ୍ରମଣରେ କମାଣ୍ଡିଂ ଅଧିକାରୀଙ୍କ ପତ୍ନୀ ଓ ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଗହାଟ ସବଡିଭିଜନ ଅଞ୍ଚଳରେ ଏହି ଆକ୍ରମଣ ଘଟାଇଛନ୍ତି ଆତଙ୍କୀ । ଘଟଣାସ୍ଥଳରେ ମଧ୍ୟ ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2021, 7:48 PM IST

ABOUT THE AUTHOR

...view details