ଓଡିଶା

odisha

ETV Bharat / bharat

ନ୍ୟାୟପାଳିକାର ବଢୁଥିବା ଦଖଲରେ ପ୍ରଶ୍ନ ଉଠାଇଲେ ଉପରାଷ୍ଟ୍ରପତି, କହିଲେ ସମସ୍ତଙ୍କ ଉପରେ ସମ୍ବିଧାନ - ଉପରାଷ୍ଟ୍ରପତି କହିଲେ ସମ୍ବିଧାନ ସମସ୍ତଙ୍କ ଉପରେ

ଉପରାଷ୍ଟ୍ରପତି ନ୍ୟାୟପାଳିକାର ବଢୁଥିବା ଦଖଲ ଉପରେ ପ୍ରଶ୍ନ ଉଠାଇଛନ୍ତି, କହିଲେ ସମ୍ବିଧାନ ସମସ୍ତଙ୍କ ଉପରେ । କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ, ନ୍ୟାୟପାଳିକାକୁ ‘ସର୍ବୋପରି କାର୍ଯ୍ୟପାଳିକା’ କିମ୍ବା ‘ସର୍ବୋପରି ବ୍ୟବସ୍ଥାପିକା’ ଭାବେ ଦେଖାଯାଇପାରିବ ନାହିଁ।

ଉପରାଷ୍ଟ୍ରପତି ନ୍ୟାୟପାଳିକାର ବଢୁଥିବା ଦଖଲ ଉପରେ ପ୍ରଶ୍ନ ଉଠାଇଛନ୍ତି, କହିଲେ ସମ୍ବିଧାନ ସମସ୍ତଙ୍କ ଉପରେ
ଉପରାଷ୍ଟ୍ରପତି ନ୍ୟାୟପାଳିକାର ବଢୁଥିବା ଦଖଲ ଉପରେ ପ୍ରଶ୍ନ ଉଠାଇଛନ୍ତି, କହିଲେ ସମ୍ବିଧାନ ସମସ୍ତଙ୍କ ଉପରେ

By

Published : Nov 25, 2020, 6:59 PM IST

ନୂଆଦିଲ୍ଲୀ:ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଯେ, ଦେଶର ତିନୋଟି ଅଙ୍ଗ ମଧ୍ୟରୁ କେହି ଜଣେ ନିଜକୁ ସର୍ବୋଚ୍ଚ ବୋଲି ଦାବି କରିପାରିବେନି । କାରଣ ସମ୍ବିଧାନ ହିଁ ସର୍ବୋଚ୍ଚ। ସେ କହିଛନ୍ତି ଅଦାଲତ ଗୁଡିକର କିଛି ଫଇସଲାରୁ ଜଣାପଡୁଛି ଯେ, ନ୍ୟାୟପାଳିକାର ହସ୍ତକ୍ଷେପ ବଢିଛି । ସେ କହିଛନ୍ତି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମ୍ବିଧାନରେ ବର୍ଣ୍ଣିତ ନିଜର ଅଧିକାର କ୍ଷେତ୍ର ମଧ୍ୟରେ ରହି କାର୍ଯ୍ୟ କରିବାକୁ ବାଧ୍ୟ।

ଉପରାଷ୍ଟ୍ରପତି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ‘‘ସୌହାର୍ଦ୍ଧ୍ୟପୂର୍ଣ୍ଣ ସମନ୍ବୟ-ଜୀବନ୍ତ ଲୋକତନ୍ତ୍ରର ପୁଞ୍ଜି’’ ଶୀର୍ଷକରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦର 80 ତମ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ସମ୍ବିଧାନର ଏହି ତିନି ଅଙ୍ଗ ଜଣେ ଅନ୍ୟଜଣଙ୍କ କାମରେ କୌଣସି ହସ୍ତକ୍ଷେପ ନକରି କାର୍ଯ୍ୟ କରନ୍ତି ଏବଂ ସୁସମ୍ପର୍କ ବଜାୟ ରହେ। ଏଥିରେ ପରସ୍ପର ସମ୍ମାନ, ଜବାବଦେହୀ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି। ସେ କହିଛନ୍ତି ଦୁର୍ଭାଗ୍ୟ ବଶତଃ ଏପରି କିଛି ଉଦାହରଣ ରହିଛି ଯେଉଁଥିରେ ସୀମା ଉଲଙ୍ଘନ ହୋଇଛି। ଏପରି କିଛି ନ୍ୟାୟିକ ଫଇସଲା ରହିଛି ଯେଉଁଥିରେ ହସ୍ତକ୍ଷେପ ହୋଇଥିବାର ଜଣାପଡେ। କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ, ନ୍ୟାୟପାଳିକାକୁ ‘ସର୍ବୋପରି କାର୍ଯ୍ୟପାଳିକା’ କିମ୍ବା ‘ସର୍ବୋପରି ବ୍ୟବସ୍ଥାପିକା’ ଭାବେ ଦେଖାଯାଇପାରିବ ନାହିଁ।

ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପରଠାରୁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଅନେକ ନିଷ୍ପତ୍ତି ନେଇଛନ୍ତି, ଯାହା ସାମାଜିକ-ଅର୍ଥକ ବ୍ୟବସ୍ଥା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇଛି। ଏହା ବ୍ୟତିତ ସେ ଏଥିରେ ହସ୍ତକ୍ଷେପ କରି ବହୁତ ଜିନିଷ ଠିକ୍ କରିଛନ୍ତି । କିନ୍ତୁ ବେଳେବେଳେ ସେ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ଅଧିକାର କ୍ଷେତ୍ର ମଧ୍ୟରେ ପ୍ରବେଶ କରି ହସ୍ତକ୍ଷେପ କରିବା ନେଇ ଚିନ୍ତା ପ୍ରକଟ କରାଯାଏ।

ସେହିପରି କେତେକ ପ୍ରସଙ୍ଗ ଆଇନଗତ ଭାବରେ ସରକାରଙ୍କ ଅନ୍ୟ ଅଙ୍ଗକୁ ଛାଡି ଦିଆଯିବା ଉଚିତ। କିଛି ଉଦାହରଣ ଦେଇ ନାଇଡୁ କହିଛନ୍ତି ଯେ ଦୀପାବଳିରେ ବାଣ ଫୁଟାଇବାରେ ନିଷ୍ପତ୍ତି ନେଉଥିବା ନ୍ୟାୟପାଳିକା କଲେଜିୟମ ମାଧ୍ୟମରେ ବିଚାରପତି ନିଯୁକ୍ତ କରିବାରେ କାର୍ଯ୍ୟପାଳିକାକୁ ଭୂମିକା ଦେବାକୁ ମନା କରି ଦେଉଛନ୍ତି। ନାଇଡୁ କହିଛନ୍ତି ଯେ, ବ୍ୟବସ୍ଥାପିକା ମଧ୍ୟ ଅନେକ ଥର ସୀମା ଅତିକ୍ରମ କରିଛି। ଏହି ପରିପ୍ରେକ୍ଷୀରେ ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନକୁ ନେଇ 1975 ରେ କରାଯାଇଥିବା 39 ତମ ସାମ୍ବିଧାନ ସଂଶୋଧନକୁ ଉଲ୍ଲେଖ କରିଛନ୍ତି।

For All Latest Updates

ABOUT THE AUTHOR

...view details